ଜଗତସିଂହପୁର,ତା-୦୧.୦୩.୨୦୨୪/ସୁମନ୍ତ କୁମାର ଦାସ: ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ,କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡଃ ଜୀବନଜୀତ୍ ସେନ୍ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାକୃତିକ କୃଷି ସମ୍ବନ୍ଧରେ ଦୁଇଦିନିଆ ପ୍ରଶିକ୍ଷଣ ଓ ସଚେତନ ଶିବିର ତା:-୨୯.୦୨.୨୦୨୪ ଓ ୦୧.୦୩.୨୦୨୪ ଅନୁଷ୍ଠିତ ହେଇଯାଇଛି।ପ୍ରାକୃତିକ ଉପାୟରେ ଜୈବିକସାର ପ୍ରସ୍ତୁତିକରି ଓ ଉତ୍ପାଦନକ୍ଷମ ଫସଲରେ ପ୍ରୟୋଗ କରି କିପରି ଭଲ ଆମଦାନୀ କରି ହେବ ସେ ସମ୍ଵନ୍ଧରେ ଦୁଇଦିନଧରି ବିଶେଷଙ୍କ ମାନଙ୍କ ଦ୍ଵାରା ଚାଷିମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକର ୪୦ଜଣ କୃଷିମିତ୍ର, ପ୍ରାଣୀମିତ୍ର ଓ ପ୍ରାକୃତିକ କୃଷିରେ ଜଡିତ ଥିବା ଚାଷି ଏବଂ ପ୍ରାକୃତିକ କୃଷି ନିମନ୍ତେ ଇଚ୍ଛୁକ ଥିବା ଚାଷୀମାନେ ଯୋଗଦାନ କରିଥିଲେ। ଜୈବିକସାର ପ୍ରୟୋଗ ଦ୍ଵାରା ଉତ୍ପାଦିତ ଖାଦ୍ୟ ସମାଗ୍ରୀ ଖାଇବା ଦ୍ଵାରା ଶରୀର ର ରୋଗପ୍ରତିଶୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ବିଶେଷଙ୍କ ମାନେ ମତପ୍ରଦାନ କରିଥିଲେ ଏବଂ ଚାଷିମାନେ ମଧ୍ଯ ଏଥିରେ ଏକମତ ହୋଇଥିଲେ।ମୃତ୍ତିକାର ପରୀକ୍ଷାର ଗୁରୁତ୍ଵ ବିଷୟରେ ଚାଷିମାନଙ୍କୁ ବୁଝାଇବା ସହ ମୃତ୍ତିକାରେ ଉପକାରୀ ଅଣୁଜୀବ କିପରି ବଢାଯାଇପାରିବ ଏବଂ ଏହାଦ୍ଵାରା ମୃତ୍ତିକାର ମାନ କିପରି ବଢିଥାଏ ସେ ବିଷୟରେ ସବିଶେଷ ବର୍ଣ୍ଣନା କରାଯାଇଥିଲା। ମୃତ୍ତିକା ବିଭାଗର ବୈଜ୍ଞାନିକ ଡକ୍ଟର ପ୍ରଦୀପ୍ତ ମାଝୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଯଥା ରୋଗପୋକ ବିଭାଗର ବୈଜ୍ଞାନିକ ଡଃ ଦେବାଶିଷ ପଣ୍ଡା, କୃଷି ଯନ୍ତ୍ରପାତି ବିଭାଗର ବୈଜ୍ଞାନିକ ଡଃ ଦ୍ୱାରିକା ମୋହନ ଦାସ, ଗୃହ ବିଜ୍ଞାନର ବୈଜ୍ଞାନିକ ଶ୍ରୀମତୀ ସସ୍ମିତା ପୁରୋହିତ ମତ୍ସ୍ୟ ବିଭାଗର ସହାୟିକା ଶ୍ରୀମତୀ ସରିତା ଦାସ, ଉଦ୍ଭିଦ ପରୀକ୍ଷାଗାରର ସହାୟୀକା ବିଜୟନୀ ସାହୁ ଓ ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.