ବଡ ମଣିଷ ହେବା ଅପେକ୍ଷା ଭଲ ବା ମଣିଷ ପଣିଆ ଥିବା ମଣିଷ ହୋଇପାରିବା ଜରୁରୀ 

0

ଭଲ ପଢି ଭଲ ମଣିଷ ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ ।

 

ଯାଜପୁର : ଚ୍ଥାତ୍ର ଚ୍ଥାତ୍ରୀ ମାନେ ନିଜ ଜ୍ଞାନ ଓ ପ୍ରତିଭାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରନ୍ତୁ ।  ତାହାହିଁ ସେମାନଙ୍କୁ ଭଲ ମଣିଷଟିଏ କରି ଗଢି ତୋଳିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ଶୁକ୍ରବାର ପୂର୍ବାହ୍ନରେ ଦାନଗଦୀ ବ୍ଲକ  ଅନ୍ତର୍ଗତ ରାମ୍ପିଲୋ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସର୍ଗିପୁଂଲ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ୮ ବର୍ଷ ତଳୁ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଭାର ଉନ୍ମେଷ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରୟାସ ବର୍ତ୍ତମାନ ଏକ ଜାଗରଣ ସୃଷ୍ଟି କରିଚ୍ଥି ବୋଲି କହିଥିଲେ ।  କାହିଁକି, କଣ, କେମିତି, କେଉଁଠି, କିପରି ଭଳି ପାଞ୍ଚଟି ପ୍ରଶ୍ନ ପିଲା ମନରେ ଉଙ୍କିମାରେ ।  ହେଲେ ବୟସ୍କ ମାନେ ସେହି ଜିଜ୍ଞାସୁକୁ ଧମକ ଦେଇ ହେଉ ବା ବିରକ୍ତି ଭାବ ନେଇ ହେଉ ବନ୍ଦ କରିଦିଅନ୍ତି ।  କିନ୍ତୁ ପିଲାର ସେହି ଅନୁସନ୍ଧିତ୍ସୁ ମନକୁ ବୁଝି ତାକୁ ତା ପ୍ରତିଭା ବାଟରେ ଆଗେଇ ନେଲେ ସେ ଜଣେ ଶ୍ରେଷ୍ଠ ପ୍ରତିଭା ହୋଇ ବାହାରି ପାରିବ ବୋଲି କହିବା ସହ ବଡ ମଣିଷ ହେବା ଅପେକ୍ଷା ଭଲ ବା ମଣିଷ ପଣିଆ ଥିବା ମଣିଷ ହୋଇପାରିବା ଜରୁରୀ ବୋଲି ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।  ଦାନଗଦୀ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ଡଃ ବିଶ୍ୱଜିତ୍ ଦାସ, ସୁକିନ୍ଦା ତହସିଲଦାର ନବକୃଷ୍ଣ ଜେନା ଓ ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ସରଗିପୁଂଲର ମହକ ଚାରିଆଡେ ବ୍ୟାପିବା ସହ ପ୍ରତିଟି ଚ୍ଥାତ୍ର ଚ୍ଥାତ୍ରୀ ମଧ୍ୟରେ ଥିବା ଶ୍ରେଷ୍ଠତ୍ଵ  ପରିପ୍ରକାଶ ଘଟୁ ବୋଲି ଆଶାବ୍ୟକ୍ତ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଚେତନା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ଉସôବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ କୁମାର ନାୟକ ଅତିଥି ମାନଙ୍କୁ ସ୍ୱାଗତ ଓ ପ୍ରାରମ୍ଭିକ ସୂଚନା ଏବଂ ଶିକ୍ଷକ ନୀଳକଣ୍ଠ ଖଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଶିକ୍ଷୟତ୍ରୀ ବିଜୟିନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।  ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା ।  ପୂର୍ବରୁ ଅତିଥିମାନେ ବିଦ୍ୟାଳୟ ପରିସରରେ ୱାଲ ମାଗାଜିନ ଓ ବିଜ୍ଞାନ ପ୍ରଦର୍ଶନୀକୁ ଊଦ୍ଘାଟନ କରିଥିଲେ ।  ଅପରାହ୍ନରେ କୃତି ପ୍ରତିଯୋଗୀଙ୍କୁ  ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.