ଦୁର୍ନୀତି ପ୍ରତିବାଦରେ ବ୍ଲକ ଘେରିଲା ବିଜେପି 

0

ଗାଇସିଲେଟ/କେଦାର ନାଥ ସାହୁ

 ଓଡିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସରକାରର ଅପାରଗତା,ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ଗାଇସିଲେଟ ବ୍ଲକ ବିଜେପି ପ୍ରତିବାଦ କରି ପ୍ରବୀଣ  କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ବ୍ଲକ ଘେରାଉ କରିଥିଲା । ବ୍ଲକର ନେତୃ ମଣ୍ଡଳୀ ତତ୍ତ୍ୱାବଧାନରେ ଏକ ଶୋଭାଯାତ୍ରାରେ ପ୍ରାୟ ଦୁଇହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବିଜେପି କର୍ମୀ ସାମିଲ ହୋଇଥିଲେ । ଶୋଭାଯାତ୍ରାଟି ସ୍ଥାନୀୟ ସହିଦ ଛକଠାରୁ ବାହାରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା । ବ୍ଲକ ଠାରେ ମଣ୍ଡଳ ସଭାପତି ବିନାୟକ ପ୍ରସାଦ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜୋନ ନମ୍ବର ଦୁଇର ସଭାପତି ପୂର୍ଣ୍ଣାନନ୍ଦ ସିଂ ଠାକୁର ସ୍ୱାଗତ ଭାଷଣ ଦେବାସହ ଆୟୋଜିତ ସଭାର ଆଭିମୁଖ୍ଯ ଉପସ୍ଥାପନ କରିଥିଲେ ।

ବକ୍ତାମାନେ ରାଜ୍ୟରେ ଶାସନ କରୁଥିବା ନବିନ ସରକାର  ଏକ ଭ୍ରଷ୍ଟ ଓ ଦୁର୍ନୀତି ଗ୍ରସ୍ତ ସରକାର ଏଣୁ କ୍ଷମତାରେ ରହିବାର କିଛି ଅଧିକାର ନାହିଁ  ବୋଲି ମତପୋଷଣ କରିବା ସହ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ କ୍ଷମତାଚ୍ୟୁତ କରି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହାଙ୍କ ମିଶନ ୧୨୦ କୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ । କଥାରେ ନୁହେଁ କାମରେ ବିଶ୍ବାସ କରୁଥିବା ସରକାରଙ୍କ ରାଜତ୍ବରେ ଡାକ୍ତରଖାନାରେ ଡାକ୍ତର ନାହିଁ, ବିଦ୍ୟାଳୟରେ ଶିକ୍ଷକ ନାହିଁ, ପିଲାଙ୍କ ହାତରେ ବହି ନାହିଁ  । ଗାଇସିଲେଟ ଏକ ମରୁଡି ପ୍ରପୀଡିତ ଅଞ୍ଚଳ ହୋଇଥିଲେହେଁ ଚାଷଜମିକୁ ପାଣି ନାହିଁ, ବ୍ୟାପକ ମାତ୍ରରେ ପିସି କାରବାର ଚାଲିବା ସହ ବିଜୁଜନତା ଦଳ ର କର୍ମୀ ମାନଙ୍କୁ ନେଇ ବିଜୁଯୁବ ବାହିନୀ ଗଠନକରି ରାଜ୍ୟ ରାଜକୋଷରୁ ଅର୍ଥ ଲୁଣ୍ଠନ କରୁଛନ୍ତି । ଶାସକ ଦଳର ନେତା କର୍ମୀମାନେ ସରକାରୀ ସୁବିଧା ସୁଯୋଗ ହାତେଇ ନେଉଛନ୍ତି ।ଏଣୁ ଉଣେଇଶି ବର୍ଷ ଶାସନ କଲା ପରେମଧ୍ୟ ଓଡିଶାର ସ୍ଥିତି ଯେଉଁଠି ଥିଲା ସେଇଠି ପଡିରହିଛି । ଉକ୍ତ ସଭାରେ ଅତିଥି ଭାବରେ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ସୁବାସ ଚୌହାନ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ,ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ, ଦୁଇନମ୍ବର ଜୋନର ଜିଲ୍ଲାପରିଷଦ ସସ୍ମିତା ଡନସନା,ସଂଜୀବ ମହାପାତ୍ର, ସନତ ଗଡତିଆ,ଗୋବର୍ଧନ ଭୂଏ,ଅଚ୍ୟୁତ ବାରିକ,ଶକୁନ୍ତଲା ମହାପାତ୍ର, ବିଜେପୁର ବିଜେପି ମିଡିଆ ପ୍ରଭାରି ଝସକେତନ ସାହୁ, ଆଦିକନ୍ଦ ପୁରୋହିତ, ପୂର୍ବତନ ଜିଲ୍ଲା ପରିଷଦ ଘନଶ୍ୟାମ ସାହୁ, ବିପିନ ବିହାରି ସାହୁ ପ୍ରମୁଖ  ମଂଚାସୀନ  ଥିଲେ ।

Leave A Reply

Your email address will not be published.