ଜଗତସିଂହପୁର ଉପକାରାଗାରରେ ତୃତୀୟ ଦିନରେ କ୍ୟାମ୍ପ କୋର୍ଟ : ୧୫ଟି କେସ୍ ଶୁଣାଣି ,୪ଜଣ ମୁଦାଲାଙ୍କ ଜାମିନ୍

0

Jagatsinghpur/ Ramesh Mohanty : ଓଡ଼ିଶା ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଆଳିପିଙ୍ଗଳ ଠାରେ ଥିବା ଜିଲ୍ଲା ଉପକାରାଗାରରେ କ୍ୟାମ୍ପ କୋର୍ଟ ତୃତୀୟ ଦିନ ଅନୁଷ୍ଠିତ ହୋଇଯାଇଛି।ଜଗତସିଂହପୁର ଜିଲ୍ଲା ଜଜ୍ ଙ୍କ ତତ୍ତ୍ଵାବଧାନରେ ଜଗତସିଂହପୁର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଏସ୍ ଡି ଜେ ଏମ ଜଗତସିଂହପୁର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ,ସ୍ବେଚ୍ଛାସେବୀ ଙ୍କ ସହଯୋଗରେ ସମୁଦାୟ ୧୫ଟି କେସ୍ ଶୁଣାଣି କରାଯାଇ ୪ଜଣ ମୁଦାଲାଙ୍କ ଜାମିନ୍ ଦରଖାସ୍ତ ମଞ୍ଜୁର ହେବା ସହିତ ସେମାନେ ଜେଲରୁ ମୁକୁଳିଛନ୍ତି। ଗତ ଅଗଷ୍ଟ ୨୮.୦୮.୨୦୧୮ରିଖ ଠାରୁ ଜଗତସିଂହପୁର ଓକିଲ ସଂଘ କାର୍ଯ୍ଯବନ୍ଦ ଆନ୍ଦୋଳନ ଯୋଗୁଁ ଜିଲ୍ଲା କୋର୍ଟର କୌଣସି ଶୁଣାଣି ହୋଇ ନପାରିବା ଫଳରେ ଜଗତସିଂହପୁର ସବ୍ ଜେଲରେ ବିଚାରାଧୀନ କଏଦୀ ଜାମିନ ଆବେଦନ ଶୁଣାଣିରୁ ବଞ୍ଚିତ ହୋଇଆସୁଥିଲା।

Leave A Reply

Your email address will not be published.