ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ.

0 2

ପାପଡାହାଣ୍ଡି ୨୨/୦୨/୨୪. ଅଶୋକ ସାହୁ, ଶାସକ ପ୍ରଶାସକ.: ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସଦର ମହକୁମା ର ଆଶ୍ରମ ବିଦ୍ୟାଳୟ ଚନ୍ଦ୍ରପୁର ରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି ପ୍ରଧାନ ଶିକ୍ଷକ ଦଶରଥ ଜାନୀ, ଶିବିର ର ଗାଇଡ ଶିକ୍ଷକ ରାଜେନ୍ଦ୍ର ସଉରା ସହ ପ୍ରଶିକ୍ଷକ ପ୍ରତିମା ଯାଦବ, ଶର୍ମିଷ୍ଠା ବଳିୟାର ସିଂହ ସହଯୋଗ ରେ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ଶୈଳୀରେ ପିଲାମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପଦାନ କରିଥିଲେ। ପ୍ରଶିକ୍ଷଣ ଶିବିର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଯୋଗଦାନ କରି ପ୍ରଶିକ୍ଷଣ କର୍ମୀ ମାନଙ୍କ ଆତ୍ମରକ୍ଷା କୌଶଳ କୁ ସଫଳତାର ସହ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷଣରେ ଆସନ୍ତା ଦିନରେ ପିଲାମାନଙ୍କୁ ଜୀବନ ସୁରକ୍ଷା ରେ ଧୈର୍ଯ୍ୟ, ସାହସିକତା, ଆତ୍ମଵଳ ଯୋଗାଇବାରେ ପ୍ରଶିକ୍ଷକ ମାନଂକ ଦମଦାର ଆତ୍ମରକ୍ଷା ଶିକ୍ଷଣ କୌଶଳ କୁ ଉଚ୍ଚ ପ୍ରଶଂସା କରିଥିଲେ। ପିଲାମାନଙ୍କୁ ଜୀବନ ସୁରକ୍ଷା ରେ ଗଣଶିକ୍ଷା ବିଭାଗ ର ଛାତ୍ର ଛାତ୍ରୀମାନକୁ ଆତ୍ମରକ୍ଷା କୌଶଳ ଶିକ୍ଷାଦେବା ଏକ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି ହେବ ଵୋଲି ମତ ପୋଷଣ କରିଥିଲେ। ପ୍ରଧାନ ଶିକ୍ଷକ ଦଶରଥ ଜାନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ କୁ ସମାପ୍ତ ଘୋଷଣା କରିଥିଲେ।

Leave A Reply

Your email address will not be published.