ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ଅସଡା ଗ୍ରାମ ପଞ୍ଚାୟତ ର କୁଜାରିଗାଁ ନିକଟ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଟି ପ୍ରାୟ ସାତ ଦିନ ହେବ। ଜଙ୍ଗଲରୁ ସ୍ଵାମୀ ଓ ସ୍ତ୍ରୀ ଜଙ୍ଗଲ କୁ ଗୁଚ୍ଛା କାଟିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟାଟିର କାନ୍ଦ ଶୁଣିଥିଲେ। ସେମାନେ କାନ୍ଦ ଆସୁଥିବା ସ୍ଥାନ ଆଡ଼କୁ ଯାଇଥିଲେ। ସେମାନେ ଶିଶୁଟି ପାଖରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିଶୁଟି ପାଖରେ କେହି ନଥିଲେ। ଶିଶୁକନ୍ୟାଟି ପ୍ରାୟ ସାତ ରୁ ଆଠ ଦିନର ହେବ ବୋଲି ଡାକ୍ତର ଅନୁମାନ କରିଛନ୍ତି l ଗଙ୍ଗା ଶବର ଓ ସ୍ତ୍ରୀ ମୁତ୍ୟାଲୁ ଶବରଙ୍କ ବିବାହର ବହୁ ବର୍ଷ ପରେ ମଧ୍ୟ ସନ୍ତାନ ନଥିଲା l ସେମନେ ୧୪ ତାରିଖ ରେ ଶିଶୁକନ୍ୟାଟିକୁ ପାଇଲେ ଓ ତାକୁ ଭାଗବାନ ଙ୍କ ପ୍ରସାଦ ବୋଲି ସେ ଘରକୁ ଆଣିଲେ l ୨୦ ତାରିଖ ଦିନ ଶିଶୁକନ୍ୟାଟିକୁ ତାର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆଶା ଦିଦି ଙ୍କ ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ାରୀ ଆସିଥିଲେ l ମେଡିକାଲ ରେ ପଚରାଉଚୁରା କରିବରୁ ସେ ଶିଶୁ କୁ ପାଇଥିବା କଥା ଜଣାପଡ଼ିଲା ଓ ସଙ୍ଗେ ସଙ୍ଗେ ବିଡିଓ ସୁଶ୍ରୀ ଅନିସା ଦାସ ଙ୍କୁ ଜଣାଇଲେ l ସୁଶ୍ରୀ ଅନିସା ସଙ୍ଗେ ସଙ୍ଗେ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ l ପରେ ଚାଇଲ୍ଡ ଲାଇନ ରାୟଗଡା ରୁ ବାହାରି ଗୁଡ଼ାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶିଶୁକନ୍ୟାଟିକୁ ଧରି ରାୟଗଡା ଆଭିମୁଖ୍ୟ ଚାଲିଯାଇଥିଲେ l ବିଡିଓ ଓ ଡାକ୍ତର ପିଲାଟି ର ସ୍ୱାସ୍ଥ୍ୟ ଭଲ ଥିବାରୁ ପାଇଥିବା ସ୍ଵାମୀ ଓ ସ୍ତ୍ରୀ ଙ୍କୁ ବହୁ ପ୍ରସଂସା କରିଥିଲେ l ଶିଶୁକନ୍ୟାଟିକୁ ନେଇଯିବା ପରେ ସ୍ଵାମୀ ଓ ସ୍ତ୍ରୀ ଙ୍କ ଆଖିରୁ ଲୁହ ବନ୍ଦ ହେଉନଥିଲା l ଉପସ୍ଥିତ ଥିଲେ ସ୍ଥାନୀୟ ତହସିଲଦାର ଏ.ସ୍ନହଲତା, ବିଡ଼ିଓ ଅନିଶା ଦାସ, ଡ଼କ୍ଟର ନିହାର ରଣସିଂ l
Sign in
Sign in
Recover your password.
A password will be e-mailed to you.