କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଫେବୃୟାରୀ ମାସରେ ନୂତନ ଭାବେ ମଞ୍ଜୁର ପ୍ରାପ୍ତ ୧୮୦୫୫ ଜଣ ହିତାଧିକାରୀ , ୧,୨୭,୭୩୧ ଜଣ ପୂର୍ବରୁ ବିଦ୍ୟମାନ ହିତାଧିକାରୀ ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୭୯୦୯୯ ହିତାଧିକାରୀ ମାନଙ୍କୁ ନିମ୍ନ ରାଶି ମତେ ବର୍ଦ୍ଧିତ ହାରରେ ଭତ୍ତା ଏବଂ ତତସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପତ୍ର ସର୍ବମୋଟ ୨,୨୦,୦୯୬ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଵୟଂ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ସୁର୍ୟବଂଶୀ ମୟୂର ବିକାଶ (ଭା.ପ୍ର.ସେ), କପାଳେଶ୍ଵର ପଞ୍ଚାୟତରେ ସ୍ଵହସ୍ତରେ କରିଛନ୍ତି । ଏହା ପରେ ଜିଲ୍ଲାର ପ୍ରତ୍ୟକ ଗ୍ରାମ ପଞ୍ଚାଯତ ଏବଂ ୱାର୍ଡ ରେ ଭତ୍ତା ବଣ୍ଟନ ଜାରିରହିଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କେନ୍ଦ୍ରାପଡା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, କେନ୍ଦ୍ରାପଡ଼ା ଅନିରୁଦ୍ଧ ବେହେରା ଏବଂ ବ୍ଲକ ସାମାଜିକ ସୁରକ୍ଷା ଆଧିକାରିଣୀ, କେନ୍ଦ୍ରାପଡା ବ୍ଲକ ସହ ସରପଞ୍ଚ, କପାଳେଶ୍ଵର ଗ୍ରା.ପ ଉପସ୍ଥିତ ଥିଲେ । ଏହାବାଦ ଜିଲ୍ଲାପାଳ ମଧ୍ୟ ନିକଟସ୍ଥ ଅନ୍ୟ ଦୁଇଟି ପଞ୍ଚାୟତର ଭତ୍ତା ବଣ୍ଟା କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ତାହା ପରେ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟକ ଗ୍ରାମପଞ୍ଚାୟତ ଏବଂ ୱାର୍ଡ ରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଛି ।
Sign in
Sign in
Recover your password.
A password will be e-mailed to you.