କେନ୍ଦ୍ରାପଡ଼ା,୨୧/୦୨(ଶାସକ ପ୍ରଶାସକ): ରାଜ୍ୟରେ ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ସାମ୍ବାଦିକ ମାନେ ଆକ୍ରମଣର ଶିକାର ହେଉଛନ୍ତି ।ସାମ୍ବାଦିକ ମାନେ ନିଜ ଜୀବନକୁ ବିପଦରେ ପକାଇ ଲୋକମାନଙ୍କ ସେବାରେ ନିଜକୁ ଉଛର୍ଗିକୃତ କରିଥାନ୍ତି ।କିନ୍ତୁ ବର୍ତ୍ତମାନ ସମୟରେ ସମାଜରେ ସାମ୍ବାଦିକ ମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇ ନାହିଁ, ବରଂ ଅନେକ ସମୟରେ ଆକ୍ରମଣର ଶିକାର ହେବାକୁ ପଡୁଛି । ଯାହାକୁ ନେଇ ଆଜି ରାଜ୍ଯ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ରାଜଧାନୀ ଭୁବନେଶ୍ଵରରେ ସାମ୍ବାଦିକ ଭବନ ପ୍ରତିଷ୍ଠା କରିବା, କାର୍ଯ୍ୟରତ ଓ ଅବସରପ୍ରାପ୍ତ ସାମ୍ବାଦିକ ମାନଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏସୟୁଜେ ସାମ୍ବାଦିକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦୈତାରୀ ଜେନାଙ୍କ ନେତୃତ୍ଵରେ କାର୍ଯ୍ୟରତ ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଦୈତାରୀ ଜେନା, ସମ୍ପାଦକ ପ୍ରଶାନ୍ତ ନାୟକ, ଉପ ସଭାପତି ଅସିତ ପଣ୍ଡା, ସହ ସମ୍ପାଦକ ସଞ୍ଜୟ ପଣ୍ଡାଙ୍କ ସମେତ ଜିଲ୍ଲାର ପ୍ରତି ବ୍ଲକ କୋଡିନେଟର ଏବଂ ଏକାଧିକ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଯଦି ସରକାର ଏଥିରେ ଅସହଯୋଗ କରନ୍ତି, ତେବେ ଆଗାମୀ ଦିନରେ ସାରା ରାଜ୍ୟରେ ସଙ୍ଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l
Sign in
Sign in
Recover your password.
A password will be e-mailed to you.