ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଜନ୍ମ ଉତ୍ସବ ପାଳିତ

0 2

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସୁତୁମୁସର ରୋଡ଼୍ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନ ସଭାପତି ଭି ଦେବୀ ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନ ସମ୍ପାଦକ ବୁଲୁ ଦାସ ଏବଂ ଅଧ୍ୟକ୍ଷା ବାସନ୍ତୀ ଦାସ ମଞ୍ଚାସୀନ ରହି ଅନୁଷ୍ଠାନର ସଫଳତା ଏବଂ ପ୍ରଗତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଏହା ସହିତ କେକ୍ କଟାଯାଇ ଛାତ୍ରଛାତ୍ରୀଙ୍କ ସହିତ ଅନୁଷ୍ଠାନର ସ୍ଵନକ୍ଷତ୍ର ଉତ୍ସବ ପାଳନ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନୁଷ୍ଠାନର ଭାଇ ସତ୍ୟନାରାୟଣ ସୁଆର, ଅପା ରଶ୍ମିତା ସାହୁ,କାଜଲ୍ ବିଷୋୟୀ,ତୁଳସୀ ବିଶ୍ୱାଳ,ସ୍ମୃତିରେଖା ନାୟକ ଏବଂ ମାଉସୀ ନନ୍ଦିନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ I

Leave A Reply

Your email address will not be published.