ଵିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ ଏବଂ ବ୍ଲକ ଉପାଧ୍ଯକ୍ଷ ଅଶୋକ କୁମାର ଓଝା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଵିକାଶମୂଳକ ଯୋଜନା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ସମଗ୍ର ପଞ୍ଚାୟତର ଉନ୍ନତି ଏବଂ ପ୍ରଗତି ହୋଇପାରିଛି ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଧର୍ମରଂଜନ ପଣ୍ଡା, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ବିଜେଡି କୃଷକ ସଂଗଠନର ସଭାପତି ଜ୍ୟୋତିପ୍ରକାଶ ସାଇଁ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ସାହୁ, କ୍ଷୀରୋଦ କୁମାର ପଣ୍ଡା, ରବୀନ୍ଦ୍ରନାଥ ସେଠୀ, ଜିଲ୍ଲାପରିଷଦ ଙ୍କ ପ୍ରତିନିଧି ନିତ୍ୟାନନ୍ଦ ସେଠୀ, ନାଏବ ସରପଞ୍ଚ ଜ୍ୟୋର୍ତିମୟୀ ସାଇଁ, ସମାଜସେବୀ ଅଶୋକ ବେହେରା, ବିଜୟ ମଲିକ, ବ୍ରଜମୋହନ ପଣ୍ଡା, ଯୁବନେତା ମନୋଜ ସେଠି, ଅଭୟ ବେହେରା, ପିଇଓ ନାରାୟଣ ସିଂ ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ଅତିଥି ବୃନ୍ଦ ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ,ଏସଏଚଜି ମହିଳା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ l ଏହି ଅବସରରେ ଜନସାଧାରଣଙ୍କୁ ରେସନ କାର୍ଡ଼ ମାଧ୍ୟମରେ ୧ହଜାର ଟଙ୍କା ଏବଂ ଦୁଇଟି ବ୍ୟାଗ୍ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡ଼ମେମ୍ବର, ବିଜୁ ଜନତା ଦଳ କର୍ମୀ, ଏସଏଚଜି ମହିଳା ଏବଂ ଗ୍ରାମବାସୀ ଯୋଗଦାନ କରି ସହଯୋଗ କରିଥିଲେ l