ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ l
(ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନ୍ତପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମାଜସେବୀ ତଥା ବରିଷ୍ଠ ମୁରବୀ ଦୁର୍ଯ୍ୟୋଧନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ତଥା ଯୁବ ସମାଜସେବୀ ନୃସିଂହଚରଣ ମୁଦୁଲି ଙ୍କ ସଂଯୋଜନାରେ ଏଥିରେ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ସରପଞ୍ଚ ଅନନ୍ତ କର, ବିଶ୍ୱଭୂଷଣ ନାୟକ, ରମାକାନ୍ତ ବେହେରା, ଜିଲ୍ଲା ବିଜେଡ଼ି ଯୁବ ସମ୍ପାଦକ ହିମାଂଶୁଶେଖର ଦାସ, ବ୍ଳକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ପିଇଓ ଧନେଶ୍ଵର ସାହୁ,ବ୍ଲକ ନୋଡ଼ାଲ ଅଫିସର ପ୍ରଦିପ୍ତ କୁମାର ମହାନ୍ତି, ଶିକ୍ଷାବିତ୍ ଭୈରବ ଜେନା, ଅମୀୟ ମହାନ୍ତି ପ୍ରମୁଖ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ଉଦ୍ୟମ କ୍ରମେ ସମଗ୍ର ପଞ୍ଚାୟତର ଉନ୍ନତି ଏବଂ ପ୍ରଗତି ହୋଇପାରିଛି ବୋଲି ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରମେଶ ମହାପାତ୍ର, କ୍ଷୀରୋଦ ରାଉତ, ଭ୍ରମରବର ମହାନ୍ତି, ବବି ସିଂ,ଦର୍ଶନୀ ନାୟକ, ନିରଞ୍ଜନ ମଲିକ,ଅଟଳ ମହାପାତ୍ର, ନାରାୟଣ ମହାପାତ୍ର, ରାକେଶ ମୁଦୁଲି, ଜଗବନ୍ଧୁ ମୁଦୁଲି ଙ୍କ ସମେତ ସମସ୍ତ ୱାର୍ଡ଼ମେମ୍ବର, ଏସଏଚଜି ମହିଳା, ବିଜୁ ଜନତା ଦଳ କର୍ମୀ ଏବଂ ଗ୍ରାମବାସୀମାନେ ଯୋଗଦାନ କରି ସହଯୋଗ କରିଥିଲେ l ଶେଷରେ ଅତିଥି ବୃନ୍ଦ ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ,ଏସଏଚଜି ମହିଳା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଯାଇଥିଲା l