ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଯଥାରୀତି ପାଳନ ହୋଇଯାଇଛି। ଇତ୍ୟବସରରେ ସ୍ଥାନୀୟ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀ ସୀମାଞ୍ଚଳ କର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାତୃଭାଷାର ଆବଶ୍ୟକତା ଓ ମହତ୍ତ୍ୱ ବିଷୟରେ ମାର୍ଗ ଦର୍ଶନ କରିଥିଲେ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିବାବେଳେ ସଂପାଦକ ଶ୍ରୀ ସୋମନାଥ ଗୌଡ ମାତୃଭାଷାର ମହାନତା ଓ ଉନ୍ନତି ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ବି ଗଜପତି ରାଓ ଆଶୀର୍ବଚନ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀ ପି ଗୋବିନ୍ଦ ରାଓ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଆଚାର୍ଯ୍ୟ। ସୁଶ୍ରୀ ହସ୍ମିତା ନାଗବଂଶ ସଂଯୋଜନା କରିଥିଲାବେଳେ ଆଚାର୍ଯ୍ୟ ଶ୍ରୀ ଦିଗବାସ କୌଶଲ୍ୟା ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଚାର୍ଯ୍ୟ। ଶ୍ରୀମତୀ ସୁନୀତା ପଣ୍ଡା ଆନ୍ତର୍ଜାତିକ ମାତୃଭାଷା ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଶିଶୁ ମାନେ ମାତୃଭାଷା ଦିବସ ପାଳନ ଅବସରରେ ସ୍ଥାନୀୟ ବାଇପାସ୍ ଛକ ଠାରୁ ଉପଜିଲ୍ଲାପାଳଙ୍କ ବାସଭବନ ପର୍ଯ୍ୟନ୍ତ ଘୋଷ ଓ ନାରା ସହିତ ଶୋଭାଯାତ୍ରାରେ ବାହାରିଥିଲେ ।