ଆୟୋଜିତ ରକ୍ତ ଦାନ ଶିବିର ରେ ୨୦୦ ୟୁନିଟ ରକ୍ତ ସଂଗ୍ରହ
ବାସୁଦେବପୁର – ଯୁବ ସମାଜସେବୀ ତଥା ଯୁବ ନେତା ବାଣୀ କଲ୍ୟାଣ ଙ୍କ ୩୫ ତମ ଜନ୍ମ ଦିନ ପାଳନ କରି ରକ୍ତ ଦାନ ଶିବିର ଆୟୋଜନ କରିଛନ୍ତି ତାଙ୍କର ଯୁବ ସମର୍ଥକ ମାନେ। ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ଯୁବ ସମର୍ଥକ ମାନଙ୍କ ପକ୍ଷ ରୁ ଆୟୋଜିତ ହୋଇଥିବା ରକ୍ତ ଦାନ ଶିବିର ରେ ଶହ ଶହ ସଂଖ୍ୟା ରେ ବିଭିନ୍ନ ସ୍ଥାନ ରୁ ଯୁବକ ମାନେ ଉପସ୍ଥିତ ରହି ରକ୍ତ ଦାନ କରିଥିଲେ। ଯୁବ ସମର୍ଥକ ମାନଙ୍କ ସହ ନିଜେ ବାଣୀ କଲ୍ୟାଣ ଉପସ୍ଥିତ ରହି ସମସ୍ତ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ। ସମୁଦାୟ ୨୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ବୋଲି ଜଣା ପଡିଛି। ଆଜି ର କାର୍ଯ୍ୟ କର୍ମ ରେ ଲିଙ୍କନ ଦଳାଇ, ଉମାକାନ୍ତ ଦାଙ୍ଗୁଆ, ଅନାଦି ବେହେରା, ରାଧା ଗୋବିନ୍ଦ ପଟ୍ଟନାୟକ, ବଂଶୀଧର ବିଶ୍ୱାଳ, ଗୁରୁପ୍ରସାଦ ମହାନ୍ତି, ରାଜକୁମାର ନାୟକ, କିଶୋର ଉପସ୍ଥିତ ରହି ସଫଳ କରାଇ ଥିଲେ।