ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରଏମସି ହାଟପଦା ଠାରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ପ୍ରତ୍ୟେକ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାର ଲୋକଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି , ଜିଲ୍ଲାପରିଷଦ ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ , ପାରଳା ପୌରାଧ୍ୟକ୍ଷା , , ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ , ତହସିଲଦାର ଶ୍ରୀ ନାରାୟଣ ବେହେରା , ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ସୁଜିତ କୁମାର ଚୌଧୁରୀ ପ୍ରମୁଖ ମଞ୍ଚସୀନ ଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୌରପରିଷଦର କର୍ମଚାରୀ ଓ ବିଭାଗୀୟ କର୍ମଚାରୀ ସହଯୋଗ କରିଥିବା ବେଳେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.