ବାଣପୁର (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନ୍ତରକିଆରୀ ଗ୍ରାମର ସୁକାନ୍ତ ବରାଳଙ୍କ ଘରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ପୂଜା ସମୟରେ ଦୀପ ସଳିତା ଦ୍ୱାରା ଘରେ ନିଆଁ ଲାଗିଥିବା ପରିବାର ଲୋକ କହିଛନ୍ତି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହ ପୁଅର ଡାକ୍ତରୀ ଖର୍ଚ୍ଚ ପାଇଁ ରଖିଥିବା ଦୁଇଲକ୍ଷ ଟଙ୍କା, ଏଲଇଡି ଦରକାରୀ କାଗଜପତ୍ର, ସୁନା ଅଳଙ୍କାର ଆଦି ଜଳି ପୋଡି ପାଉଁଶ ହୋଇଯାଇଥିବା ପୀଡ଼ିତ କହିଛନ୍ତି।
ଖବର ପାଇ ବାଣପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁର ପ୍ରକୋପରୁ କୌଣସି ସାମଗ୍ରୀ ଉଦ୍ଧାର ହୋଇନଥିବା ଜଣାଯାଇଛି। ପ୍ରକାଶ ଥାଉକି ସୁକାନ୍ତ ଜଣେ ଗରିବ ଓ ଦିନ ମଜୁରିଆ ହୋଇଥିବା ବେଳେ ଚାରି ପୁଅଙ୍କ ଭିତରୁ ଦୁଇ ପୁଅ ଉକ୍ତ ଘରେ ବାସ କରନ୍ତି। ତେବେ ଅଗ୍ନିକାଣ୍ଡ ଦ୍ୱାରା ସବୁ ନଷ୍ଟ ହୋଇଯାଇଥିବାରୁ ପରିବାର ସଦସ୍ୟ ଦୟନୀୟ ଅବସ୍ଥାରେ ବାହାରେ ରହିଛନ୍ତି।ଖବର ପାଇ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜ, ଆରଆଇ ଜୟଦେବ ନାୟକ ଆଦି ଘଟଣା ସ୍ଥଳରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେବା ସହ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ ପୀଡ଼ିତଙ୍କ ପରିବାରକୁ ଗ୍ରାମ ସ୍କୁଲରେ ଥଇଥାନ କରାଯାଇଛି। ନନ୍ଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ୫ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.