ଗଙ୍ଗାଧରପୁର ଷ୍ଟେସନ ନିକଟସ୍ଥ ଟ୍ରାକରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

0 3

ଚିଲିକା (ସେକ କୌସର ): ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ଷ୍ଟେସନ ନିକଟସ୍ଥ ଟ୍ରାକରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ମୃତକଙ୍କ ବୟସ ଆନୁମାନିକ ୪୦ ହୋଇଥିବା ବେଳେ ସେ ଏକ ନାଲି ରଙ୍ଗର ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିଥିବାର ଦେଖିବାକୁ ମିଳିଛି।ତେବେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଛି ଏବଂ ସେ କୌଣସି ଚଳନ୍ତା ଟ୍ରେନରୁ ଖସିଯାଇଥିବା ଜିଆରପି ଅନୁମାନ କରୁଛି। ଏ ନେଇ କେସ ନମ୍ବର ୧୨/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନିରାକାରପୁର ଜିଆରପି ଏଏସଆଇ ପରୀକ୍ଷିତ ନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.