ଭଞ୍ଜନଗର କବିସମ୍ରାଟ ମିଡ଼ିଆ କ୍ଲବ ଓ ବି.ଇ ନ୍ୟୁଜ୍ ଚାନେଲ ର ବନ୍ଧୁ ମିଳନ ଉତ୍ସବ

0 3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଲବ ଓ ବାଲେଶ୍ୱର ର ଅଗ୍ରଣୀ ଖବର ପ୍ରସାରଣ ସଂସ୍ଥା ବି.ଇ ନ୍ୟୁଜ୍ ର ମିଳିତ ଉଦ୍ୟମରେ ଗୋଟିଏ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ମଧ୍ୟାହ୍ନ ୧୨ ଘଣ୍ଟିକା ଠାରୁ ୩ ଟା ପର୍ଯ୍ୟନ୍ତ ଭଞ୍ଜନଗର ଆର୍ . ଏମ୍.ସି ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ କବିସମ୍ରାଟ ମିଡ଼ିଆ କ୍ଲବ ଭଞ୍ଜନଗରର ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ,ବି.ଇ ନ୍ୟୁଜ୍ ର ମୂଖ୍ୟ ପରିଚାଳକ ଶ୍ରୀ ଲୋକନାଥ ଦଳାଇ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ମୁରଲୀ କୃଷ୍ଣ ପଣ୍ଡା, ଭଞ୍ଜନଗର ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ସଂଚାଲିକା ସନ୍ତୋଶିନୀ ଭଉଣୀ, ଯୁବ ନେତା ଶ୍ରୀ ପ୍ରଶାନ୍ତ ବିଷୋୟୀ, ଶ୍ରୀ ହରେ କୃଷ୍ଣ ରଥ, ବିଶିଷ୍ଟ ଲେଖକ ଅନୁବାଦକ ଡକ୍ଟର ପ୍ରସନ୍ନ କୁମାର ଦଳାଇ, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥି ଓ କନ୍ଧମାଳ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଉପସ୍ଥିତ ଥିଲେ। ଏତଦ୍ ବ୍ୟତୀତ ୨୨ଗୋଟି ଜିଲ୍ଲା ବି.ଇ ନ୍ୟୁଜ୍ ଚ୍ୟାନେଲ୍ ର ୫୦ ଜଣ ପ୍ରତିନିଧି ଏବଂ ଭଞ୍ଜନଗର କବିସମ୍ରାଟ ମିଡ଼ିଆ କ୍ଲବ ର ସମ୍ପାଦକ, ସହ ସମ୍ପାଦକ, ସଂଯୋଜକ, କୋଷାଧ୍ୟକ୍ଷ ସମେତ ୩୦ ସଭ୍ୟ ଉପସ୍ଥିତ ଥିଲେ। ବି.ଇ ନ୍ୟୁଜ୍ ର ପରିଚାଳକ ଶ୍ରୀ ଲୋକନାଥ ମହାନ୍ତି ନିଜର ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି ଯେ , ଯେପରି ଭାବେ ଜଣେ ସଚ୍ଚୋଟ ସାମ୍ବାଦିକ ନିଜର ସ୍ବଛ ପରିଚୟ ସୃଷ୍ଟି କରିବ ସେଥି ପ୍ରତି ଯତ୍ନବାନ ହେବାକୁ ହେବ।ଭଞ୍ଜନଗର ମିଡ଼ିଆ କ୍ଲବ ସଭାପତି ଶ୍ରୀ ପ୍ରଦୀପ ସ୍ୱାଇଁ କବି କବିସମ୍ରାଟ ସମ୍ରାଟ ମିଡ଼ିଆ କ୍ଲବ ର ପ୍ରତିଷ୍ଠା ହେବାର କାରଣ ଓ ଉଦେଶ୍ୟ ବିଷୟରେ ପ୍ରକାଶ କରିଥିଲେ।ଆଜିର ଏହି କାର୍ଯ୍ୟ କ୍ରମରେ ବି.ଇ ଖବର ର ସମସ୍ତ ସାମ୍ବାଦିକ ଙ୍କୁ ଉପଢୌକନ ଓ ମାନପତ୍ର ରେ ସମ୍ମାନିତ କରାଯାଇଥିଲା। ସେହିପରି କବିସମ୍ରାଟ ମିଡ଼ିଆ କ୍ଲବ ଉପ ସଭାପତି ଶ୍ରୀ ପୁରୁଷୋତ୍ତମ ମହାପାତ୍ର ଓ ସୋରଡା ସଂଯୋଜକ ଶ୍ରୀ ଦିଲ୍ଲୀପ ପଗଡ଼ ଆଜିର ଏହି ଭବ୍ୟ କାର୍ଯ୍ୟ କ୍ରମକୁ ସୁଚାରୁ ରୁପେ ତୁଲାଇ ଥିବା ସହିତ କବି କବିସମ୍ରାଟ ମିଡ଼ିଆକ୍ଳବ୍ ଭଞ୍ଜନଗର ର ସମ୍ପାଦକ ଶ୍ରୀ ଚିନ୍ମୟ ବେବର୍ତ୍ତା ଓ ସହ ସମ୍ପାଦକ ଶ୍ରୀ ଉଦୟନାଥ ପଣ୍ଡା ସମ୍ନାନିତ ଅତିଥି ମାନଙ୍କ ସମସ୍ତ ମାନ ପତ୍ର କୁ ଦର୍ଶକ ମାନଙ୍କ ଆଗରେ ପାଠ କରିଥିଲେ। ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ଓ ଅନୁବାଦକ ଶ୍ରୀ ପ୍ରସନ୍ନ କୁମାର ଦଳାଇ, ନାଟ୍ୟଗୁରୁ ଶ୍ରୀ କେଶବ ଆଚାର୍ଯ୍ୟ, ଶିଶୁ ପ୍ରତିଭା ପ୍ରିୟାନସି ପାତ୍ର, ରୁଦ୍ରନାରାୟନ ପ୍ରଧାନ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡିଶା ଆଗ୍ନିକ ସେବା ରେ କାର୍ଯ୍ୟ ରତ ଶ୍ରୀ ଧବଲେଶ୍ୱର ପ୍ରଧାନ, ସମାଜ ସେବୀ ଶ୍ରୀ ମନୋଜ ମିଶ୍ର, ବିପଦର ବନ୍ଧୁ ସଂଗଠନ,ବରଦା ଯୁବକ ସଙ୍ଘ କୁ ମଧ୍ୟ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା। ପରିଶେଷରେ ସମୁହ ସାମ୍ବାଦିକ ବନ୍ଧୁ ମାନେ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ର ମୁଖ୍ୟ ସଞ୍ଚାଳିକା ସନ୍ତୋସିନି ଭଉଣୀ ଙ୍କ ବିଶେଷ ଅନୁରୋଧ ରେ ଉକ୍ତ ଅନୁଷ୍ଠାନ ରେ ପ୍ରସାଦ ସେବନ କରିଥିଲେ।

Leave A Reply

Your email address will not be published.