ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

0 3

ରାୟଗଡା /ସରୋଜ ସାହୁ : ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମ ଅନ୍ତଗର୍ତ ଓଡିଶାର ୧୦ଟି ଆକାଂକ୍ଷା ଜ଼ିଲ୍ଲା ଓ ୨୦ଟି ଆକାଂକ୍ଷା ବ୍ଲକର ଚୟନିତ ସରପଞ୍ଚ ମାନଙ୍କୁନେଇ ତିନିଦିନର ପ୍ରଶିକ୍ଷଣ ପିରାମଲ ଫାଉଣ୍ଡେସନ୍ ପ୍ରତିନିଧିଙ୍କ ଦ୍ୱାରା ଓଡିଶା,ଛତିଶଗଡ଼,କେରଳ,ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶର ସମସ୍ତ ସରପଞ୍ଚମାନଙ୍କ ମଧ୍ୟରେ ନିଜର ବ୍ୟକିତିତ୍ବକୁ ବୁଝିବା,ଦଳଗତ କାର୍ଯ୍ୟକରିବା,ଗ୍ରାମ ପଞ୍ଚାୟତର କାର୍ଯ୍ୟଶୈଳୀକୁ ବୁଝିବା,ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ଓ ସୁବିଧା ପ୍ରଦାନକାରୀ ଦଳର ପଞ୍ଚାୟତ ବିକାଶ ଯୋଜନା ବନେଇବାରେ ଭୂମିକା,ନିରନ୍ତର ବିକାଶ ଲକ୍ଷ୍ୟକୁ ସ୍ତାନୀୟକରଣ କରିବା ସହ ଶିଶୁପ୍ରିୟ,ସୁସ୍ଥ,ମହିଳା ଅନୁକୂଳ,ସ୍ୱଛ ଓ ସବୁଜ ଗ୍ରାମ ଏବଂ ପର୍ୟାପ୍ତ ଜଳଥିବା ଗ୍ରାମ ବନେଇବାରେ ସରପଞ୍ଚଙ୍କ ଭୂମିକାକୁ ନେଇ ଏହି ପ୍ରଶିକ୍ଷଣରେ ଶିଖାଯାଇଥିଲା |ସରପଞ୍ଚ ମାନେ ଉତ୍ସାହର ସହ ଶିଖିବା ସହ ଆଗାମୀଦିନରେ ନିଜର ଗ୍ରାମ ପଞ୍ଚାୟତକୁ ସଶକ୍ତ ବନେଇବାନେଇ ସଂକଳ୍ପ ନେଇଥିଲେ |

Leave A Reply

Your email address will not be published.