ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଥିବା ପୁରାତନ ତ୍ରିନାଥ ମନ୍ଦିର ର ନୂଆ ମନ୍ଦିର କାର୍ଯ୍ଯ ସରିବା ପରେ ଆଜିଠାରୁ ଆରମ୍ଭ ହୋଇଛି। ଆଜି ସକାଳୁ ବଂଶଧାରା ନଦୀରେ ଗଙ୍ଗା ଆବାହନ କରି କଳଶ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ ଅଙ୍କୁରାରୋପଣ କାର୍ଯ୍ଯକ୍ରମ ସହ ସ୍ଥାନୀୟ ମହିଳା ମାନଙ୍କ ଦାଣ୍ଡିଆ ନାଚ ଓ ସ୍ବାମୀ ଆୟାପା ଭକ୍ତ ମାନଙ୍କ ଭଜନ ପରିବେଶଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ଉମା ଚରଣ ପଟ୍ଟନାୟକ ଙ୍କ ତତ୍ବାବଧାନରେ କର୍ତ୍ତା ଭାବେ ଗୁପ୍ତ ସାହୁ, ଗୁଡଲା ଗୋବିନ୍ଦା, କେ. ଧନୁଜଂୟ, କେ. ବଳରାମ, କେ. ଶ୍ରୀନୁ, ଟି. ନାଗୁ, ଡି. ଓ୍ବାସୁ ପ୍ରମୁଖ ପୂଜା କାର୍ଯ୍ଯ ସମ୍ଭାଳୁ ଥିବା ବେଳେ କମିଟିର ଆବାହକ ତଥା ମନ୍ଦିର ପୂଜକ ସନ୍ତୋଷ ଦାସଙ୍କ ସମେତ ବହୁ ସକ୍ରିୟ ସଦଶ୍ଯ ମାନେ ଏହି ପ୍ରତିଷ୍ଠା ଉତ୍ସବ ର ଦାୟିତ୍ବ ସମ୍ଭାଳୁଛନ୍ତି। ଆସନ୍ତା କାଲି ସକାଳୁ ରତ୍ନମୁଦ ପଡିବା ପରେ ଦେବତା ପ୍ରବେଶ କରାଯାଇ ମଙ୍ଗଳବାର ଦିନ ସଂସ୍କାର ନିତି କରାଯିବ ବୋଲି ଜଣାପଡିଛି। ଏହି କାର୍ଯ୍ଯକ୍ରମରେ ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ଉମା ଶଙ୍କର ଦାସ, ରଂଜିତ ପାଢି, ଇନ୍ଦ୍ରାକ୍ଷୀ ପ୍ରଶାଦ ଦାସ, ଏସ. ବାବା ପ୍ରଶାଦ, ଧନୁଜଂୟ ପଣ୍ଡା, ଏଲ. ଶୁରେସ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ର ତଦାରଖ କରୁଥିବା ଦେଖିବାକୁ ମିଳିଛି।