ଡେରାବିଶ,୨୦/୦୨(ଶାସକ ପ୍ରଶାସକ): ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ଓ ମୁକୁନ୍ଦପୁର ପଞ୍ଚାୟତରେ ଆମ” ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମୀଣ ବିକାଶ ତଥା ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା କ୍ୟାବିନେଟ୍ ୪୦୦୦କୋଟି ଟଙ୍କା “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ଅନୁମୋଦନ ପାଇଛି । ପଞ୍ଚାୟତ ତଥା ଗ୍ରାମର ବିକାଶ ପାଇଁ ୫୦ଲକ୍ଷ ଟଙ୍କା ଲେଖାଏଁ ପ୍ରତି ପଞ୍ଚାୟତକୁ ଅନୁମୋଦିତ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା,ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନା,କାଳିଆ ଯୋଜନା,ସାମାଜିକ ସୁରକ୍ଷା ଭତ୍ତା,ମିଶନ ଶକ୍ତି,ରେଶନ କାର୍ଡ,ମମତା ଯୋଜନା,ଆମ ବ୍ୟାଙ୍କ ଓ ଲକ୍ଷ୍ମୀ ଯୋଜନା ଗୁଡିକ ମାଧ୍ୟମରେ ଜନ ସାଧାରଣ ଲାଭାନ୍ୱିତ ହୋଇପାରିଛନ୍ତି ।ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ତଥା ସଶକ୍ତ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇବା ସରକାରଙ୍କ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ । ଆଜିର ଏହି କାର୍ଯ୍ୟକ୍ରମରେ, ୫ଟି ଯୋଜନା ମାଧ୍ୟମରେ ସନାତନୀ ମଠ,ମନ୍ଦିର,ମସଜିଦ,ସ୍କୁଲ,କଲେଜ,ମିଶନ ଶକ୍ତି ଗୃହ ପ୍ରଭୃତିର ବିକାଶ ମୂଳକ କାର୍ଯ୍ୟ ଓଡ଼ିଶା ସରକାର ହାତକୁ ନେଇ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା କଥା ବିଡ଼ିଓ ଦାଶରଥି ଜେନା ଆଲୋଚନା ଚକ୍ରରେ ମତ ବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଦାନପୁର ପଞ୍ଚାୟତର ସରପଞ୍ଚ ମାନସୀ ତ୍ରିପାଠୀ,ସରପଞ୍ଚଙ୍କ ପ୍ରତିନିଧି ଉମେଶ ଚନ୍ଦ୍ର ତ୍ରିପାଠୀ, ସମିତି ସଭ୍ୟ ପ୍ରିୟତମା ଦାସ,ପରିଚାଳକ ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଗନ୍ନାଥ ଦାସ,ଜିଲ୍ଲା ପରିଷଦ ଅରବିନ୍ଦ ମଲ୍ଲିକ, ଡେରାବିଶ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ଜିଆର ଏସ, ଏମ୍ୱିକେ , ସିଆର୍ପୀ,ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ,ସରୋଜ ସାହୁ,ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର,ବିଡ଼ିଓ ଦାଶରଥି ଜେନା, ଏବିଡିଓ ଭଞ୍ଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।କୁନିକୁନି କଳାକାର ମାନେ ଓଡ଼ିଶୀ ନୃତ୍ୟ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ମୁକୁନ୍ଦପୁର ପଞ୍ଚାୟତର ସରପଞ୍ଚ ମିତାରାଣୀ ମଲ୍ଲିକ,ପ୍ରତିନିଧି ସନ୍ତୋଷ ମଲ୍ଲିକ, ସମିତି ସଭ୍ୟ ପ୍ରଶାନ୍ତ କୁମାର ବେହେରା, ମଞ୍ଚ ସଂଯୋଜକ ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ମଣ୍ଟୁ ସାହୁ, ଡେରାବିଶ ବ୍ଲକ ଚେୟାରମାନ ପ୍ରଭାତୀ ମଲ୍ଲିକ,ସରୋଜ ସାହୁ,ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ,ଏମ୍ବିକେ,ସିଆର୍ପି,ଡେରାବିଶ ବ୍ଲକର ବିଡ଼ିଓ ଦାଶରଥି ଜେନା, ଏବିଡ଼ିଓ ଭଞ୍ଜ କିଶୋର ନାୟକ,ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କଳାକାର ମାନେ ନବୀନ ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନା ଗୁଡ଼ିକ ପ୍ରସଙ୍ଗରେ ନୃତ୍ୟ,ଗୀତ ଓ ପାଲା ମାଧ୍ୟମରେ ପରିବେଷଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post