ଗୁଣପୁର ଠାରେ ବିଜେପି ଓ ବିଜେଡ଼ି ର ବାହାଘର

0 3

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ନିର୍ବାଚନ ମଣ୍ଡଳୀ , ଯେଉଁଠି କଂଗ୍ରେସ କମିଟି ପକ୍ଷରୁ ଗୁଣପୁର ସହର ସ୍ଥିତ ଟାଉନ ହଲ ଠାରେ ଆୟୋଜିତ ହୋଇଛି ବିଜେପି ସହ ବିଜେଡିର ବିବାହ ଉତ୍ସବ । ଉଭୟ ବିଜେଡି ଏବଂ ବିଜେପିକୁ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରାଯାଇଥିଲା । ଏହି ବିବାହ ଉତ୍ସବରେ ଗୁଣପୁର ନିର୍ବାଚନ ମଣ୍ଡଳୀର ୪ ବିଧାୟକ ଆଶାୟୀ ପ୍ରାର୍ଥୀ ଯଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଜୟ କୁମାର ଗମାଙ୍ଗ, ଆମ ପ୍ରିୟ ଯୁବ ନେତା ତଥା ଯୁବ କଂଗ୍ରେସ ମୁଖପାତ୍ର ଶ୍ରୀ ଅବିନାଶ ଗମାଙ୍ଗ, ଭାସ୍କର ଜଗରଙ୍ଗା ଓ ଶାନ୍ତି ଜଗରଙ୍ଗା ପର୍ଯ୍ୟାୟ କ୍ରମେ ଏହି ନିଆରା ଵିଵାହ ସମ୍ପର୍ଣ୍ଣ କରିଥିଲେ । ଏହି ଵ୍ୟଙ୍ଗାତ୍ମକ ବିବାହ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରଘୁନାଥ ପାତ୍ର, ଦୁଇ ଜ଼ିଲ୍ଲା ପରିଷଦ ସଦସ୍ୟ କୁନି ନିମଲା ଓ ତାଂଗୁଡୁ ଶ୍ରୀଧର, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ମୋହନ ନାୟକ, ଉପ ସଭାପତି ଏସ.ସି ସେଲ ରୁନା ବାଉରୀ, ବ୍ଲକ ସଭାପତି ରାମନାଗୁଡ଼ା ବାଞ୍ଛାନିଧି ବେହେରା, ବ୍ଲକ ସଭାପତି ଗୁଣୁପୁର ଲିଭିଂଷ୍ଟନ ଲିମା ସମେତ ଶହ ଶହ କଂଗ୍ରେସ ପ୍ରେମୀ ଯୋଗ ଦେଇ ଉଭୟ ବର କନ୍ୟା (ବିଜେଡି ଏବଂ ବିଜେପି )ଙ୍କୁ ଆଶୀର୍ବାଦ ଦେବା ସହ ବିଜେଡି ଏବଂ ବିଜେପି ଦଳର ଭିତିରିଆ ନିବିଡ଼ ସମ୍ପର୍କ ବିଷୟରେ ଜନତାଙ୍କୁ ସଚେତନ କରେଇଥିଲେ l ଶେଷରେ ନୈଶ ଭୋଜିର ଆୟୋଜନ ହୋଇଥିଲା ।

 

Leave A Reply

Your email address will not be published.