ପାଟଳଦା ଗ୍ରାମପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ।

0 2

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପାଟଳଦା ଗ୍ରାମପଞ୍ଚାୟତ ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଏକ ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳାଙ୍କ ସମାବେଶରେ ଏହି କାର୍ଯ୍ୟକ୍ରମ କୁ ପ୍ରଦିପ ପ୍ରଯୋଳନ୍ କରି ଉଦ୍ଘାଟନ କରିଥିଲେ କ୍ରୀଡା ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ସରପଞ୍ଚ ଶ୍ରୀ ଯଶୋବନ୍ତ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସରକାରୀ ସ୍ତରୀୟ କାର୍ଯ୍ୟକ୍ରମ ରେ,ମୁଖ୍ୟ ଅତିଥି ଥିଲେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ଵାଧୀନ କୁମାର ନାୟକ,ଓ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତି ନାଏକ । ଏହି କାର୍ଯ୍ୟକ୍ରମରେ ଅତିଥି ମାନେ, ୨୪ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ଜନ କଲ୍ୟାଣ କାରିଯୋଜନା,ଉପରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିବା ସହ,କୃଷି, ସ୍ୱାସ୍ଥ,ଶିକ୍ଷା, ଗମନା ଗମନ, ଧର୍ମାନୁଷ୍ଠାନ ଉନ୍ନତି, ମହିଳା ଦଳ,ଆଦି ଙ୍କୁ ନେଇ ସରକାର ନେଇଥିବା ବିଭିର୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ଫାଇଭ ଟି ତରଫରୁ ପଞ୍ଚ୍ୟାୟତ ଉନ୍ନତି ପାଇଁ ଦିଆଯାଇଥିବା ୫୦ଲକ୍ଷ୍ୟ କୁ ବାଦ ଦେଇ ପୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ,ନବୀନ ପଟ୍ଟନାୟକ ୩୦ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବୈଠକ ରେ ମନ୍ତ୍ରୀ ତୁଷାର କାନ୍ତି ବେହେରା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସଂସଦ ପ୍ରତିନିଧି ଚମ୍ପକ ବାରିକ,ବ୍ଲକ ଉପାଧ୍ୟକ୍ଷ ଦ୍ରୁଜୟ କୁମାର ମିଶ୍ର,କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିବାବେଳେ,ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ,ଅସ୍ତରଙ୍ଗ ବ୍ଲକ ବି ଡି ଓ,ସସ୍ମିତା ବେହେରା ।

Leave A Reply

Your email address will not be published.