ବାଣପୁରରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

0 2

ବାଣପୁର (ସେକ କୌସର ): ବାଣପୁର ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ମୃତଦେହ ରଖାଯାଇଥିବା ବେଳେ ମୃତ ବ୍ୟକ୍ତିର ପରିଚୟ ମିଳିପାରିନାହିଁ।ସୂଚନା ମୁତାବକ ନନ୍ଦପୁର ପଞ୍ଚାୟତ ଭେଷରୀ ଗ୍ରାମରେ ଜଣେ ବ୍ୟକ୍ତି ଉଲଗ୍ନ ହୋଇ ବୁଲିବା ଏବଂ ମରିଯିବି ବୋଲି ଚିତ୍କାର କରୁଥିବା ପୋଲିସ ଖବର ପାଇ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି।ତେବେ ବ୍ୟକ୍ତି ଜଣକ ଓଡ଼ିଆ ଭାଷାରେ କଥା କହୁଥିବା ଏବଂ ନିଜ ଘର ବାଲେଶ୍ୱର ବୋଲି କହିଥିବା ଆଇଆଇସି ରମେଶ ଦେବତା କହିଛନ୍ତି। ମୃତ ବ୍ୟକ୍ତିରପରିଚୟ ମିଳିପାରିନଥିବାରୁ ଡାକ୍ତର ଖାନାରେ ତିନିରୁ ଚାରିଦିନ ପର୍ଯ୍ୟନ୍ତ ମୃତଦେହକୁ ଗଚ୍ଛିତ ରଖାଯିବ ବୋଲି ବାଣପୁର ପୋଲିସ କହିଛି।

Leave A Reply

Your email address will not be published.