କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ କବିତା ପାଠ ପୌର ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଆମ ଗାଁ ସାହିତ୍ୟ ପରିଷଦର ଉପଦେଷ୍ଟା ମେଜର ଭରତ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ସରିତା ସାହୁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍, ସ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ପ୍ରକୃତି କବି ପ୍ରେମାନନ୍ଦ ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇ ବରିଷ୍ଟ କବି ତଥା ବାସ୍ତୁବିତ ନାରାୟଣ ପତିଙ୍କ କବିତା ସଙ୍କଳନ ପୁସ୍ତକ “ମା’ ର ପଣତ ଶ୍ରୀମନ୍ଦିର ନେତ” ଉନ୍ମୋଚନ କରି ସମୀକ୍ଷା କରିଥିଲେ । ଏହି ପୁସ୍ତକର ଆଲେଖ୍ୟ ଗୁଡିକ ଅତି ଉଚ୍ଚ କୋଟିର ଓ ଶିକ୍ଷଣୀୟ ହୋଇ ପାରିଛି ବୋଲି ମତ ରଖିବା ସହ ଏହା ପାଠକ ମାନଙ୍କ ହୃଦୟକୁ ଛୁଇଁ ପାରିବ ବୋଲି କହିଥିଲେ । ପ୍ରଥମେ ନୂପୁର ଡ୍ୟାନ୍ସ ଏକାଡେମୀ ତରଫରୁ ସ୍ୱାଗତ୍ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଆମ ଗାଁ ସାହିତ୍ୟ ପରିଷଦର ସମ୍ପାଦକ ସ୍ଵପ୍ଣଶୁ କୁମାର ଦାସ ସ୍ୱାଗତ ଭାଷଣ ଓ ବରିଷ୍ଟ କବି ନିକୁଞ୍ଜ ବିହାରୀ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଷଦ ପକ୍ଷରୁ କବି ନାରାୟଣ ପତି ଓ ପ୍ରେମାନନ୍ଦ ଖଣ୍ଡୁଆଳଙ୍କ ସମେତ ସମସ୍ତ ନୃତ୍ୟଶିଳ୍ପୀ ମାନଙ୍କୁ ଉତ୍ତରୀୟ, ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । କବି ଶୈଳଜା ଶଙ୍କର ସାମଲ, ଅଶୋକ କୁମାର ସାହୁ, କବିତା ମୁଦୁଲିଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ମୌସୁମୀ ସାହିତ୍ୟ ପରିଷଦଦର ସମ୍ପାଦକ ଡକ୍ଟର ଶ୍ରୀଧର ସାମଲ, ରଘୁନାଥ ସାହୁ, ଇଶ୍ୱର ଚନ୍ଦ୍ର ପୃଷ୍ଟି, ରତ୍ନାକର ମଲ୍ଲିକ, ରଞ୍ଜନ ବାଇ, ନିରୁପମା ଦାସ, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ପଲକ୍ ର ସମ୍ପାଦକ ଶଶିକାନ୍ତ ଦାସ, ସମ୍ବାଦ ସାହିତ୍ୟ ଘରର ସଭାପତି ଅବନ୍ତୀ ବେହେରା, ରଣଧୀର ଜେନା, ପ୍ରଭାତୀ ଧଳ,ନିରୁପମା ଦାସ, ଟିଟିକାନ୍ତ ନାୟକ, ସ୍ୱର୍ଣ୍ଣ ମୟୀ ଷଡଙ୍ଗୀ, ବଂଶୀଧର ମହାନ୍ତି, ଗଗନ ବିହାରୀ ଜେନା, ମଧୁସ୍ମିତା ସିଂ, ସୁଧାଂଶୁ ଦାସ, ସାହିତ୍ୟ ଏକାଡେମୀ ସଭ୍ୟ ସରୋଜ କୁମାର ମହାନ୍ତି, କିଶୋର୍ ଚନ୍ଦ୍ର ଜେନା, ରଜନୀ କାନ୍ତ ଦାସ, ସନ୍ତୋଷ ପୋଥାଳ, ଶରତ କୁମାର ରାଉତ, ଶ୍ରୀଧର ଭୋଳ ପ୍ରମୁଖ ପଚାଶରୁ ଉର୍ଦ୍ଧ କବି କବୟତ୍ରୀ କବିତା ପାଠ କରିଥିଲେ । ଶେଷରେ ଅଧ୍ୟାପକ ଗିରିଜା କାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post