ଫିରିଙ୍ଗିମାଲ ଗ୍ରା.ପ.ର ନଟବରପୁର ଗ୍ରାମ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ

0 3

ଗାଇସିଲେଟ: ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରା.ପ.ର ନଟବରପୁର ଗ୍ରାମ ଠାରେ ତା.୧୫.୨.୨୪ରୁ ତା.୧୭.୨.୨୪ ପର୍ଯ୍ୟନ୍ତ ଷୋହଳ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଅଛି।ତା.୧୫.୨.୨୪ ଦିନ ଦିବା ୧୧ଘ.ସମୟରେ ଭକ୍ତିଭାବପୂର୍ଣ୍ଣ ପରିବେଶରେ ଗ୍ରାମର ଆବାଳବୃଦ୍ଧବନିତା, ସମସ୍ତ ମହିଳା, ସଂକୀର୍ତ୍ତନ ଦଳ, ଗ୍ରାମ କମିଟିର ସଦସ୍ଯ ତଥା ପଡୋଶୀ ଗ୍ରାମ ବାବେବାହାଲ ର ମହିଳାମାନଙ୍କ ସହଯୋଗ ରେ ପୂର୍ଣ୍ଣ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଅଛି। ନାମ ଯଜ୍ଞରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପହିଲମାନ ସିଂ ବରିହା,ନାଏବ ସରପଞ୍ଚ ଶ୍ରୀମତୀ ମୀରା ସାହୁ, ସମିତି ସଭ୍ୟ ଶ୍ରୀଯୁକ୍ତ ରତନ ବରିହା, ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ଅଧ୍ୟକ୍ଷ ଗାଇସିଲେଟ ବ୍ଲକ, ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀ ବିଡ଼ିଓ ଗାଇସିଲେଟ, ଶ୍ରୀଯୁକ୍ତ ରଞ୍ଜନ କୁମାର ପଣ୍ଡା ବିଶିଷ୍ଟ ସମାଜସେବୀ ତଥା ସଭାପତି କଲାକାର ସଂଘ ଗାଇସିଲେଟ, ଶ୍ରୀଯୁକ୍ତ ଯତୀନ୍ଦ୍ର ସାହୁ ସଭାପତି କଠାଉମାଲ ସେବା ସମିତି, ଶ୍ରୀଯୁକ୍ତ ପାଣ୍ଡବ ନନ୍ଦ ଜିପିଓ ଗାଇସିଲେଟ, ଶ୍ରୀଯୁକ୍ତ କାର୍ତ୍ତିକ ବେହେରା ପିଇଓ ଚଣ୍ଟିପାଲି ଗ୍ରା.ପ., ଶ୍ରୀଯୁକ୍ତ ସହଦେବ ନନ୍ଦ ସମାଜ ସେବୀ ଗଣ ଅତିଥି ରୂପେ ଯୋଗଦାନ କରି ରାମ ପିପାସୁ ଭକ୍ତ ଗଣଙ୍କୁ ଆନନ୍ଦିତ କରିଥିଲେ। ଗ୍ରାମ ର ଗୌନ୍ତିଆ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦଣ୍ଡସେନା ଓ ଧର୍ମ ପତ୍ନୀ ଶ୍ରୀମତୀ ଜଳ ଦେବୀ ଡନସନା ଯଜ୍ଞ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। କାର୍ଯ୍ୟ କ୍ରମକୁ ସଫଳ କରିବା ପାଇଁ ଗ୍ରାମ ର ସମସ୍ତ ଭଦ୍ରବ୍ୟକ୍ତି,ଗ୍ରାମ୍ୟ କମିଟିର ସଦସ୍ଯ, ସଂକୀର୍ତ୍ତନ ଦଳ, ଆବାଳବୃଦ୍ଧବନିତା, ମାତୃ ମଣ୍ଡଳୀ ଙ୍କର ସହଯୋଗ ରହିଥିଲା।ନାମ ଯଜ୍ଞରେ ମୋଟ ୧୧ଗୋଟି ସଂକୀର୍ତ୍ତନ ଦଳ ଯଥା ଛିନ୍ଦ୍ରାପାଲି, ଫିରିଙ୍ଗିମାଲ, କଣ୍ଟାଝୁଡା, କମଳାପଦର, ସାନ ସାହାଜବାହାଲ, କନ୍ଦାଗାଡ, ପଣ୍ଡରିପାଣି, ସୁନୀତା ସାହୁ ଚନ୍ଦନ ଭାଟି, ନିକିତା ସିଂ କୁମେଲସିଙ୍ଗା, ପଧାନ ଟିକ୍ରା ବରଗଡ଼, ଗୋଇନ ପୁରା ସମ୍ବଲପୁର ଅଂଶ ଗ୍ରହଣ କରିଥିଲେ। ଶ୍ରୀଯୁକ୍ତ ଯତୀନ୍ଦ୍ର ପଣ୍ଡା ମୂଖ୍ୟ ପୂଜକ, ଶ୍ରୀଯୁକ୍ତ ପତିଙ୍କୁ ମହାପାତ୍ର ସହ ପୂଜକ, ଶ୍ରୀଯୁକ୍ତ କ୍ଷୀରୋଦ୍ର ପୁରୋହିତ ଜପକ କାର୍ଯ୍ୟ ତୁଲାଇଥିଲେ। ଗ୍ରାମ ର ସମସ୍ତ ଭଦ୍ରବ୍ୟକ୍ତି, ଗ୍ରାମ୍ୟ କମିଟିର ସଦସ୍ଯ, ସଂକୀର୍ତ୍ତନ ଦଳ, ମାତୃ ମଣ୍ଡଳୀ, ଆବାଳବୃଦ୍ଧବନିତାଙ୍କ ସହଯୋଗ ରେ ନାମ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା।

Leave A Reply

Your email address will not be published.