କାଳିନ୍ଦୀ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ; ନେମାଳକୁ ହରାଇ ସାନ୍ତପୁର ଚମ୍ପିୟନ l

0 2

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ନେମାଳ ପଞ୍ଚାୟତ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ମିନି ଷ୍ଟାଡ଼ିୟମରେ କାଳିନ୍ଦୀ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି l ନେମାଳ ଫ୍ରେଣ୍ଡସ ୟୁନିୟନ ଏବଂ ସାନ୍ତପୁର ବିସିସି କ୍ରିକେଟ ଟିମ୍ ମଧ୍ୟରେ ଫାଇନାଇ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସାନ୍ତପୁର ବ୍ୟାଟିଂ କରି ୪୪ ରନ୍ ସଂଗ୍ରହ କରିଥିଲା ବେଳେ ତାହାର ମୁକାବିଲାରେ ନେମାଳ କ୍ରିକେଟ୍ ଟିମ୍ ୩୫ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲା ଏବଂ ସାନ୍ତପୁର କ୍ରିକେଟ ଟିମ୍ ବିଜୟୀ ହୋଇ ଚମ୍ପିୟନ ଆଖ୍ୟା ଅର୍ଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଚମ୍ପିୟନ ଏବଂ ରନର୍ସ ଅଫ ଟିମ୍‌କୁ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର, ସମାଜସେବୀ ପ୍ରକାଶ ଡ଼ାଙ୍ଗ, ପୂର୍ବତନ ଜିଲ୍ଲା ପରିଷଦ ଅଚ୍ୟୁତାନନ୍ଦ ଦାସ, କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ନୃସିଂହଚରଣ ମୁଦୁଲି, ଜିଲ୍ଲାପରିଷଦ ବିଳାସ ଭୋଇ, ସରପଞ୍ଚ ସ୍ୱାଧୀନ ଭୂୟାଁ, ସୁଶାନ୍ତ ସେଠୀ, ବିଶ୍ୱଭୁଷଣ ନାୟକ, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, କଟକ ଜିଲ୍ଲା ଯୁବ ସମ୍ପାଦକ ହିମାଂଶୁଶେଖର ଦାସ, ସମାଜସେବୀ ଅମୀୟ ମହାନ୍ତି, ନେମାଳ ପଞ୍ଚାୟତ ବିଜେଡ଼ି ସଭାପତି ବିମଳ ଦାସ, ଅକତର ଅଲ୍ଲୀ, ବ୍ଳକ ବିଜେଡ଼ି ଛାତ୍ର କାର୍ଯ୍ୟକାରୀ ସଭାପତି ବଳଦେବାନନ୍ଦ ଦାସ, ବ୍ଳକ ଯୁବ କାର୍ଯ୍ୟକାରୀ ସଭାପତି ଗୋପିନାଥ ପଲେଇ ପ୍ରମୁଖ ଯୋଗଦାନ କରିଥିଲେ। ଏହି କ୍ରୀଡ଼ାକୁ ସେକ୍ ରକି ଏବଂ ସାଗର ମହାରଣା ପରିଚାଳନା କରିଥିଲା ବେଳେ ଦର୍ଶନ ନାୟକ, ସୁନାକର ସାହୁ,ସନ୍ଦୀପ ନାୟକ, ଗୋବିନ୍ଦ ଦାସ, ଅଭିଶେକ ଦ. ସୁନିଲ ବାରିକ, ଦିଲ୍ଲୀପ ପୂଜାରୀ, ଦୁର୍ଗାପ୍ରସାଦ ଦାସ, ସୌରଭ ସୁନ୍ଦର ପୂଜାରୀ, ଦେବେନ୍ଦ୍ର ପୂଜାରୀ, ଦିବାକର ସାହୁ ଙ୍କ ସମେତ ସମସ୍ତ ଯୁବ ଏବଂ ଛାତ୍ର ମାନେ ସହଯୋଗ କରିଥିଲେ । ଏହି ଅବସରରେ ନେମାଳ ଏବଂ କଟକ ସଦର ବିଜୁ ଜନତା ଦଳ କର୍ମୀଙ୍କୁ ନେଇ ଏକ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ୍ କରାଯାଇଥିଲା ।

Leave A Reply

Your email address will not be published.