ରାଉରକେଲା, (ବସନ୍ତ କୁମାର ଜେନା ): ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଓ ଆପୋଲୋ ହସ୍ପିଟାଲ ରାଉରକେଲା ର ମିଳିତ ଆନୁକୂଲ୍ୟରେ ପାଠାଗାର ପରିସରରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ହସ୍ପିଟାଲ ତରଫରୁ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତିରଞ୍ଜନ ତ୍ରିପାଠୀ, ହୃଦରୋଗ ବିଶେଷଜ୍ଞ ଡାକ୍ତର ମିଲନ କୁମାର ଶତପଥୀ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ବରୁଣ କୁମାର ପଟେଲ, ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରିୟଙ୍କା ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହା ସହ ଇସିଜି,ଚର୍ବି ଟେଷ୍ଟ, ମଧୁମେହ, ବିଏମଡି ଆଦି ପରୀକ୍ଷା କରାଯାଇଥିଲା। ଏହି ଶିବିରର ପରିଚାଳନା ରେ ଆପୋଲୋ ହସ୍ପିଟାଲ ତରଫରୁ ବିଶ୍ବଜିତ ବଳ,ରୀତୁ କୁମାରୀ, ପୁଷ୍ପା କିଶାନ, ଚନ୍ଦ୍ରମା କୋଲେତ, ରୁନା ରାଉତ, ଶ୍ୟାମସୁନ୍ଦର ମହାରଣା, ରବିନ କୁମ୍ଭାର, ପ୍ରଶାନ୍ତ ନାୟକ ଓ ପାଠାଗାର ତରଫରୁ ସଭାପତି ନବଘନ ସାହୁ, ଗିରିଜା ଶଙ୍କର ଗୋସ୍ୱାମୀ,ହରିହର ଶତପଥୀ, ରବିନାରାୟଣ ସିଂ, ରାଧାମୋହନ ନାୟକ, କୈଳାସ ସାମଲ, ବିବେକାନନ୍ଦ ଜେନା, ଦେବରାଜ ଗୌଡ, ପ୍ରତାପ ମହାନ୍ତି, ବିଶ୍ବନାଥ ଜେନା, ସୂର୍ଯ୍ୟ ନାରାୟଣ ପଣ୍ଡା, ରବିନ୍ଦ୍ର ସାହୁ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ ଜନସାଧାରଣ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ।
Sign in
Sign in
Recover your password.
A password will be e-mailed to you.