ଖଲ୍ଲିକୋଟ,୧୮/୨ (ଶାସକ ପ୍ରଶାସକ,ଶିବରାମ ଜେନା) : ଆଜି ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ ଓ ଅଵସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭା ଗୃହରେ, ବରିଷ୍ଠ ନାଗରିକ ଓ ସିନ୍ଧୁ – ଉର୍ମି ସାହିତ୍ୟ ସଂସଦ ଵାଇକୋଳି ସ୍ମୃତି ପରିଷଦ ଆନୁକୂଲ୍ୟର ରାଣୀ ସାହେବ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ଖଲ୍ଲିକୋଟ ବିଧାୟିକା ଶ୍ରୀ ମତୀ ସୂର୍ଯ୍ୟ ମଣି ଵୈଦ୍ୟ ଓ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ଦୈତାରି ବେହେରା ଯୋଗ ଦେଇଥିଲେ। ଡକ୍ଟର ହରପ୍ରସାଦ ମହାପାତ୍ର ସଭାପତି ଆସନ ଅଳଙ୍କୃତ କରି ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଵିପିନ ବିହାରୀ ସାମନ୍ତ, ଶ୍ରୀ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ପ୍ରଦୀପ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକ, ଆଇନ୍ ଜିଵୀ ତଥା APP ଶ୍ରୀ ସୁଧାଂଶୁ ଶେଖର ସାହୁ , ଆଇନଜିଵୀ ତଥା ନୋଟାରୀ ଶ୍ରୀ ବିନାୟକ ସାହୁ, ଶ୍ରୀ ପଞ୍ଚାନନ ସୁର, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଶତପଥୀ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ସତ୍ୟ ନି଼ୟୁଜ ରିପୋର୍ଟ ର ତଥା ସମାଜସେବୀ ଶିବରାମ ଜେନା , ଶ୍ରୀମତୀ ସରୋଜ ଵାଳା ପଟ୍ଟନାୟକ, ଶ୍ରୀ ମତୀ କଳ୍ପ ଲତା ମହାପାତ୍ର , ଶ୍ରୀ ପ୍ରଫୁଲ୍ଲ କୁମାର ପାତ୍ର, ଅଧ୍ୟାପକ ଶ୍ରୀ ରଘୁନାଥ ବେହେରା, ଶ୍ରୀ ପ୍ରମୋଦ କୁମାର ସିଂ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ) ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଶ୍ରୀ ପ୍ରଭାତ କୁମାର ମିଶ୍ର, ଶ୍ରୀ ନଳିନୀକାନ୍ତ ପଣ୍ଡା, ଶ୍ରୀ ଚନ୍ଦ୍ର ଗୌଡ଼, ରଵିନ୍ଦ୍ର ବେଜ, ଶ୍ରୀ ସୁରେଶ ଚନ୍ଦ୍ର ସାହୁ, ଶ୍ରୀ ନଗେନ୍ଦ୍ର ସାହୁ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି।
ଏକ୍ଷେତ୍ରରେ ପ୍ରତ୍ୟେକ ଉପସ୍ଥିତ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ମାନେ ଏହି ଶୋକ ସଭା ରେ ରାଣୀ ସାହେବା ଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଗୁଣ ଗାନ କରିଥିଲେ |
Sign in
Sign in
Recover your password.
A password will be e-mailed to you.