ବିଜେଡ଼ିରେ ଯୋଗଦେଲେ ଅନୁଗୁଳ ଜିଲ୍ଲା କଂଗ୍ରେସର ବିଦାୟୀ ସଭାପତି ବିପ୍ଳବ ଜେନା

0 2

ଭୁବନେଶ୍ୱର :ଅନୁଗୁଳ ଜିଲ୍ଲା କଂଗ୍ରେସର ବିଦାୟୀ ତଥା ୨୦୧୯ ଅନୁଗୁଳ ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଲବ ଜେନା ଓ ତାଙ୍କର ହଜାରରୁ ଉର୍ଦ୍ଧ୍ବ ସମର୍ଥକ ଆଜି ଶଙ୍ଖ ଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିପ୍ଲବ ଜେନାଙ୍କୁ ଉପଢୌକନ ଦେଇ ଶ୍ରୀ ଦାସ ଓ ଶ୍ରୀ ସିଂ ଦଳକୁ ସ୍ଵାଗତ କରିଥିଲେ।

ଏହି ଅବସରରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ବିପ୍ଲବ ଜେନାଙ୍କ ଯୋଗଦାନ ଫଳରେ ଅନୁଗୁଳ ଜିଲ୍ଲାରେ ବିଜେଡି ଆହୁରି ମଜଭୁତ ହେବା ସହ ସମସ୍ତେ ଏକତ୍ରିତ ହୋଇ ଆଗାମୀ ଦିନରେ କାମ କରିବାକୁ ଆହ୍ବାନ ଦେଇଥିଲେ।

Imageବିଜେଡ଼ିରେ ସାମିଲ୍ ହୋଇଥିବା ବିପ୍ଲବ ଜେନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଯେଉଁମାନେ ଆଜି ମୋ ସହ ଦଳରେ ଯୋଗ ଦେଉଛନ୍ତି, ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ନୀତି ଆଦର୍ଶ ଓ ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳକୁ କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଆସିନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ଵ ଦେବେ ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଏହି ମିଶ୍ରଣ ପର୍ବରେ ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୁଳ ଜିଲ୍ଲା ସହପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଏବଂ ଅନୁଗୁଳ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Imageଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ ସଭାପତି ତପସିନୀ ବିଶ୍ଵାଳ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାପୁନ କୁମାର ଦେହୁରୀ, ପୂର୍ବତନ କଂଗ୍ରେସ ଜିଲ୍ଲା କମିଟି ଉପସଭାପତି ବାପୁଜୀ ପ୍ରଧାନ, ଅନୁଗୁଳ ବିଧାନସଭା ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ, ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅନ୍ନଦା ସାହୁ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ସଭାପତି ସୋସିଆଲ ମିଡିଆ ଆଲୋକ ଦାସ, ନାଲକୋ ଠିକା ଶ୍ରମିକ ସମନ୍ବୟ ସମିତି ଆବାହକ ଅନୀଲ ବରାଳ, ବରିଷ୍ଠ କଂଗ୍ରେସ ନେତା ସୁଜନ କୁମାର ପରିଡା, ପୂର୍ବତନ ଜିଲ୍ଲା କଂଗ୍ରେସ ଉପସଭାପତି ବୁଲୁ ସାହୁ, ପୂର୍ବତନ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଆଶୁତୋଷ ମିଶ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଗୋବିନ୍ଦ ପ୍ରଧାନ, ସମାଜସେବୀ ମୁକେଶ ଜେନା, ବରିଷ୍ଠ ଶ୍ରମିକ ନେତା ଅଶୋକ ପ୍ରଧାନ, ଜିଲ୍ଲା ଓବିସି ସେଲ ଉପସଭାପତି ମନୋଜ ପ୍ରଧାନ, ବରିଷ୍ଠ ଶ୍ରମିକ ନେତା ସନ୍ତୋଷ ମହାରଣା, ନାଲକୋ ଠିକା କର୍ମଚାରୀ ସଂଘ ସଭାପତି ହିମାଂଶୁ ସାମଲ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଦୀପକ ସେଠ, କୁଲାଡ ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ଅଶୋକ ଜେନା, ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ଜିଲ୍ଲା ସଂପାଦକ ସୁମନ୍ତ ସାମଲ, ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ଉପସଭାପତି ସହ୍ମେଶ୍ୱର ସାମଲ, ପୂର୍ବତନ ଉପସଭାପତ ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସାଧାରଣ ସମ୍ପାଦକ ସୁବଳ ବେହେରା, ପୂର୍ବତନ ସମିତି ସଭ୍ୟ କାଣ୍ଡସର ଧୂଳିଆ ସାହୁ, ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ରାକେଶ ଜେନା, ପୂର୍ବତନ କୋଷାଧ୍ୟକ୍ଷ, ଜିଲ୍ଲା କଂଗ୍ରେସ କମିଟି ସୁବୋଧ ପଟ୍ଟନାୟକ, ପୂର୍ବତନ ମହିଳା ଉପସଭାନେତ୍ରୀ ଲିଲି ବେହେରା, ବରିଷ୍ଠ କଂଗ୍ରେସ ନେତା ଶିବାନୀ ଗୌଡ, ଉପସଭାପତି ଓବିସି ସେଲ ଅଶୋକ ସାହୁ, ଜିତେନ୍ଦ୍ର ସିଂହ, ଲକ୍ଷ୍ମୀଧର ପୃଷ୍ଟି, ନିଗମାନନ୍ଦ ସିଂ, ଧୂର ଗଡନାୟକ, ଦୁଷ୍ମନ୍ତ ଖୁଣ୍ଟିଆ, ବିନୋଦ ବିହାରୀ ବିଶ୍ବାଳ, ନରେଶ ଶତପଥୀ, ଅନୁଗୁଳ ବ୍ଲକ ସାଧାରଣ ସମ୍ପାଦକ ହରିହର ସାହୁ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ବେହେରା, ପ୍ରଦୀପ ପ୍ରଧାନ, ସୁଜନ କୁମାର ପରିଡା, ରବି ବେହେରା ଓ ସୁରେଶ ବେହେରାଙ୍କ ସହ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.