ନେମାଳ ଠାରେ ପୂର୍ବତନ ମନ୍ତ୍ରୀ, କଟକ ସଦର ଅଞ୍ଚଳର ବିକାଶର ସାରଥୀ ସ୍ବର୍ଗତ କାଳିନ୍ଦୀଚରଣ ବେହେରା ଙ୍କ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ l

0 2

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ, ଜନନାୟକ ତଥା କଟକ ସଦର ଅଞ୍ଚଳର ବିକାଶର ସାରଥୀ ପ୍ରଫେସର ସ୍ବର୍ଗତ କାଳିନ୍ଦୀ ଚରଣ ବେହେରା ଙ୍କ ନବମ ବାର୍ଷିକ ଶ୍ରାଦ୍ଧବାର୍ଷିକ ଉତ୍ସବ ସାନ୍ତପୁର ପଞ୍ଚାୟତ ସମାଜସେବୀ ତଥା କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନୃସିଂହଚରଣ ମୁଦୁଲି ଙ୍କ ସଂଯୋଜନା କ୍ରମେ ନେମାଳ ବ୍ରିଜ ଗଡା ନିକଟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ବିଳାସ ଭୋଇ, ପ୍ରାକ୍ତନ ଜିଲ୍ଲାପରିଷଦ ଅଚ୍ୟୁତାନନ୍ଦ ଦାସ, ସମାଜସେବୀ ରମାକାନ୍ତ ବେହେରା,ଶିକ୍ଷାବିତ ଭଇରବ ଜେନା, ଅମୁଲ୍ୟ ମହାନ୍ତି, ମୁରଲୀଧର ଦାସ, ଦିଜବର ପଣ୍ଡା, ଯୁବନେତା ହିମାଂଶୁ ଶେଖର ଦାସ, ଛାତ୍ର ନେତା ବଳଦେବାନନ୍ଦ ଦାସ, ନିରଞ୍ଜନ ମଲିକ, ରମେଶ ମହାପାତ୍ର, କ୍ଷୀରୋଦ ରାଉତ, ଅଟଳ ମହାପାତ୍ର, ରାକେଶ ମୁଦୁଲି, ବବି ସିଂ, ଜଗନ୍ନାଥ ପଣ୍ଡା, ସୁବାଷ ମହାନ୍ତି,ଗୋବିନ୍ଦ ଦାସ, ପବିତ୍ର ସେଠି, ନାରୀ ନେତ୍ରୀ ସଂଯୁକ୍ତା ପୁହାଣ, ଉର୍ମିପ୍ରଭା ଭୁୟାଁଙ୍କ ସମେତ ବହୁ କାଳିନ୍ଦୀ ପ୍ରେମୀ ଯୋଗଦାନ କରି ସ୍ବର୍ଗତ କାଳିନ୍ଦୀ ଚରଣ ବେହେରା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାଅର୍ପଣ ପୂର୍ବକ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବେହେରାଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହି ଅବସରରେ ସମସ୍ତ କାଳିନ୍ଦୀ ପ୍ରେମୀମାନେ ପ୍ରକାଶ କରିଥିଲେ କି ପୂର୍ବତନ ମନ୍ତ୍ରୀ , ତଥା ବିକାଶର ସାରଥୀ କଟକ ସଦର ଅଞ୍ଚଳରେ ଯେଉଁ ବିକାଶର ମଞ୍ଜି ବୁଣିଥିଲେ ତାହା ଆଜି ବିଶାଳ ମହାଦ୍ରୁମ ରେ ପରିଣତ ହୋଇଛି l ଏପରିକି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବେହେରା ଙ୍କ ବହୁ ଅଭୁଲା ସ୍ମୃତିକୁ କାଳିନ୍ଦୀ ପ୍ରେମୀ ମାନେ ଗଭୀର ଭାବେ ପ୍ରକାଶ କରିଥିଲେ ଏବଂ ପ୍ରଫେସର କାଳିନ୍ଦୀ ବାବୁଙ୍କ ଅଧୁରା ସ୍ବପ୍ନକୁ ତାଙ୍କ ସୁପୁତ୍ର ତଥା ପୂର୍ବତନ ମନ୍ତ୍ରୀ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ପୁରଣ କରିପାରିଛନ୍ତି ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ କଟକ ସଦର ଅଞ୍ଚଳର ଶତାଧିକ ଜନସାଧାରଣ ଯୋଗଦାନ କରି ସ୍ବର୍ଗତ ବେହେରା ଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Leave A Reply

Your email address will not be published.