ମୟୂରଭଞ୍ଜ ଜିଲ୍ଲାରେ 5T ଉପକ୍ରମରେ ରୂପାନ୍ତରିତ ୯ଟି ସରକାରୀ ହସ୍ପିଟାଲ ମାନଙ୍କର ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

0 2

ମୟୁରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ ।(ଶାସକ ପ୍ରଶାସକ):ଜନସାଧାରଣ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ସେବା ସୁବିଧା ସୁନିଶ୍ଚିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାରେ 5T ଉପକ୍ରମରେ ରୂପାନ୍ତରିତ ୯ଟି ସରକାରୀ ହସ୍ପିଟାଲ ମାନଙ୍କର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।ଏହିଅବସରରେ, ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ବଡଚାଟରା ଠାରେ ଆଯୋଜିତ କାର୍ଯ୍ୟକ୍ରମ ରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ରାଜସ୍ବ, ବିପର୍ଯ୍ୟୟ ପରିଚାଳନା ତଥା ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରାମତୀ ବାସନ୍ତି ହେମ୍ବ୍ରମ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ପ୍ରମୁଖ ଯୋଗ ଦେଇଥିବା ବେଳେ, ଏହି କାର୍ଯ୍ୟକ୍ରମକୁ ସଂଯୋଜନା, ପରିଚାଳନା ତଥା କାର୍ଯ୍ୟକାରିତା ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ (ଭା.ପ୍ର.ସେ.), ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ (ଓ.ପ୍ର.ସେ, ବ.ଶ୍ରେ.), ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭୟ କୁମାର ଦାଶ ଏବଂ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶାନ୍ତନୁ କୁମାର ଦାଶ ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ, ଏନ.ଏଚ. ଏମ, ଶ୍ରୀ ପ୍ରଭୁ ପ୍ରତ୍ୟନ୍ତ ପତି କରିଥିଲେ।। ” ଆମ ହସ୍ପିଟାଲ” ଯୋଜନାରେ ରୂପାନ୍ତରିତ ଜିଲ୍ଲାର ୯ ଟି ଡ଼ାକ୍ତରଖାନା ଯଥା ବାରିପଦା ସ୍ଥିତ ମୁଖ୍ୟ ଡାକ୍ତରଖାନା, ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଉପଖଣ୍ଡ ଚିକିତ୍ସାଳୟ, ଶୀର୍ଷା, ବେତନଟୀ, କୋଷ୍ଠା, ବାଙ୍ଗିରିପୋଷି, ଯଶିପୁର ଠାରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ହୋଇଥିଲା।
ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଆମର ମେଡିକାଲ ମାନଙ୍କରେ ବହୁ ଉନ୍ନତମାନର ସେବା ମିଳୁଛି ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ରୂପାନ୍ତର ଘଟିଛି ବୋଲି ମତ ଦେଇଥିଲେ।
ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଲେ ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରୋଗୀଙ୍କୁ ସୁବିଧାରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସୂଚନାଯୋଗ୍ୟ ଯେ ବରଗଡ ଜିଲ୍ଲାରେ ୫ଟି, ସୁନ୍ଦରଗଡ ଜିଲ୍ଲାରେ ୭ଟି, ସମ୍ବଲପୁର ଜିଲ୍ଲାରେ ୪ଟି, ଢେଙ୍କାନାଳ ଜିଲ୍ଲାରେ ୪ଟି, କେନ୍ଦୁଝର ଜିଲ୍ଲାରେ ୬ଟି, ଝାରସୁଗୁଡା ଜିଲ୍ଲାରେ ୨ଟି, ଜଗତସିଂହପୁର ଜିଲ୍ଲାରେ ୪ଟି, କେନ୍ଦ୍ରାପଡା ଜିଲ୍ଲାରେ ୫ଟି, ମୟୁରଭଞ୍ଜ ଜିଲ୍ଲାରେ ୯ଟି, ଗଂଜାମ ଜିଲ୍ଲାରେ ୧୩ଟି, କଳାହାଣ୍ଡି ଜିଲ୍ଲାରେ ୪ଟି ରାୟଗଡା ଜିଲ୍ଲାରେ ୪ଟି, ନୂଆପଡା ଜିଲ୍ଲାରେ ୨ଟି, ମାଲକାନଗିରି ଜିଲ୍ଲାରେ ୨ଟି ଓ କନ୍ଧମାଳ ଜିଲ୍ଲାରେ ୩ଟି, ଏହି ପରି ସମୁଦାୟ ୭୩ଟି ରୂପାନ୍ତରିତ ‘ଆମ ହସ୍ପିଟାଲ’ ଆଜି ଲୋକାର୍ପିତ ହୋଲା । 

Leave A Reply

Your email address will not be published.