ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଅଷ୍ଟମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବଡ଼ ସାଦରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅଷ୍ଟମ ମାସିକ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାଶ,ସୁଚରିତା ଗୌଡ଼,ଶାନ୍ତିଲତା ବେହେରା, ପ୍ରଧାନ ଶିକ୍ଷକ ଶିବରାମ ବେହେରା, ବିଷ୍ଣୁପ୍ରସାଦ ବେହେରା, ଶିଶିର କୁମାର ସ୍ୱାଇଁ,ଶୀତଳ ପ୍ରସାଦ ଜେନା, ଗଙ୍ଗାଧର ସ୍ଵାଇଁ, ସହକାରୀ ଶିକ୍ଷକ ଶିବରାମ ମହାନ୍ତି, ଅଶୋକ ବେହେରା, ରାମଚନ୍ଦ୍ର ଗୌଡ଼ ସୁକାନ୍ତ ବେହେରା, ଝାପଲ ମାରାଣ୍ଡି, ମନୋରଞ୍ଜନ ବିଷୋୟୀ, ସାଜିସ୍ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ବୈଠକରେ ବିଦ୍ୟାଳୟ ମନିଟରିଂ,ମୌଳିକ ସାକ୍ଷରତା ଜ୍ଞାନ ଓ ମୌଳିକ ସଂଖ୍ୟାଜ୍ଞାନ,ଏଫ୍ଏଲ୍ଏନ୍ ଟ୍ରାକର୍,ରାଜ୍ୟ ସ୍ତରୀୟ ଆଚିଭମେଣ୍ଟ୍ ସର୍ଭେ ଏବଂ ସାମଗ୍ରିକ ପ୍ରଗତି ପତ୍ର ସମ୍ପର୍କରେ ଆଲୋଚନା କରାଯାଇଥିଲା I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା, ନେଟଙ୍ଗା, ବଡ଼ପଡ଼ା, ପାଟୁଳିସାହି, ତନରଡା, ମଙ୍ଗଳପୁର, ଆମ୍ବପୁଆ, ଉଢୁରା କ୍ଲଷ୍ଟର୍ ରେ ସିଆରସିସି ଛାୟାକାନ୍ତ ମହାପାତ୍ର, ବିଦେଶୀ ବାଡତ୍ଯା, ହରେକୃଷ୍ଣ ଶତପଥି, ସୁଧୀର କୁମାର ଦାସ,ନୀଳକଣ୍ଠ ନନ୍ଦ, କାଳୁ ଚରଣ ଗୌଡ଼,ମନୋଜ ପଟ୍ଟନାୟକ, ଶଙ୍କର ନାରାୟଣ ସେଠୀ, ପ୍ରଶାନ୍ତ ପଟ୍ଟନାୟକ, ରମେଶ୍ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ଅଷ୍ଟମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I
Sign in
Sign in
Recover your password.
A password will be e-mailed to you.