କେନ୍ଦ୍ରାପଡା(ସତ୍ୟ ରଞ୍ଜନ ପଣ୍ଡା): ଆଜି ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ସଭା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ପ୍ରତି ଅବିଚାର ପ୍ରତିବାଦରେ ଆସନ୍ତା ଫେବୃୟାରୀ ୨୭ରେ ‘ମାଟି ପାଇଁ ଜେଲ୍ ଚାଲ’ ଆନେ୍ଦାଳନ କରାଯିବାର ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା , କେନ୍ଦ୍ରାପଡା ମୟୁନିସିପାଲିଟିରେ ଅର୍ବାନ ସିଏଚ୍ସି ବା ସିଟି ହସ୍ପିଟାଲ ପ୍ରତିଷ୍ଠା , କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଓ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆଦି ପ୍ରମୁଖ ଦାବୀ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ଅବହେଳା ଅତ୍ୟନ୍ତ ଆପତ୍ତିଜନକ । ଏହି ଚାରୋଟି ଦାବି ଅତିଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କଂଗ୍ରେସ ତରଫରୁ ଆହ୍ୱାନ ଦିଆଯାଇଛି । ଏଥିନିମନ୍ତେ ଜେଲ ଚଲୋ ଆନେ୍ଦାଳନ କରିବା କେନ୍ଦ୍ରାପଡା ସ୍ୱାର୍ଥ ଦୃଷ୍ଟିରୁ ଏକାନ୍ତ ଅପରିହାର୍ଯ୍ୟ ବୋଲି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏକ ସମାଲୋଚିତ ପଦକ୍ଷେପ ବୋଲି କହିଛନ୍ତି । ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କେନ୍ଦ୍ରାପଡାବାସୀଙ୍କ ପ୍ରତି ହେଉଥିବା ଅବହେଳାର ପ୍ରତିବାଦରେ ଅତୀତରେ ‘ମାଟି ପାଇଁ ପାଟି ଖୋଲ’ ଓ ‘ମାଟି ପାଇଁ ମାଡି ଚାଲ’ କଂଗ୍ରେସ ତରଫରୁ କରାଯାଇଥିବା ଉଲ୍ଲେଖ କରିଛନ୍ତି । ଦାବୀ ପୂରଣ ହେବା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଆନେ୍ଦାଳନରୁ ଓହରି ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଦୃଢୋକ୍ତି କରିଛନ୍ତି । କେନ୍ଦ୍ରାପଡାର ଭୋଟଦାତା ଭାଇଭଉଣୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ସେ କହିଛନ୍ତି ଯେ, ମୋତେ ବିଧାନସଭା ପଠାନ୍ତୁ, ବିଧାନସଭାରୁ କେନ୍ଦ୍ରାପଡାର ସ୍ୱର ଶୁଣନ୍ତୁ । ଆଜିର ମହାପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ କୁମାର ଉଡାଣସିଂହ, ପିତବାସ ବେହେରା, ସୁକନି ସାହୁ, ବଂଶୀଧର ସାମଲ, ରତିକାନ୍ତ ସାମଲ, ସୌମେନ୍ଦ୍ର ପୃଷ୍ଟି, ଆଦିତ୍ୟ ପତି, ଗଣେଶ ଚନ୍ଦ୍ର ମେକାପ, ଅଜୟ ପ୍ରଧାନ, ଶରତ ଚନ୍ଦ୍ର ସ୍ୱାଇଁ, ମୃଣ୍ମୟୀ କର, ସନ୍ଧ୍ୟାରାଣୀ ପରିଡା, ମୁକ୍ତାର ଖାଁ, ନାରାୟଣ ପରିଡା, କଳାକାର ମଲ୍ଲିକ, ପ୍ରଫୁଲ୍ଲ ଦାସ, ଆକବର ଅଲ୍ଲୀ, ଚିତ୍ରସେନ ପରିଡା, ରାଜେଶ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା ଭାଷଣ ରଖି ଫେବୃୟାରୀ ୨୭ ‘ମାଟି ପାଇଁ ଜେଲ୍ ଚାଲ’ ଆନେ୍ଦାଳନକୁ ସବୁ ଦୃଷ୍ଟିରୁ ସଫଳ କରିବା ପାଇଁ କର୍ମୀମାନଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ବିଶ୍ୱାଳ, କୃଷ୍ଣଚନ୍ଦ୍ର ମଲ୍ଲିକ, ବିଚିତ୍ର ଲେଙ୍କା, ରଞ୍ଜନ ନାୟକ, ଅଭିଷେକ ବିଶ୍ୱାଳ, ନିରଞ୍ଜନ ପରିଡା, ଚନ୍ଦନ ସାହୁ, ଦୀପକ ମଲ୍ଲିକ, ବୃଷଭାନୁ ଦାସ, ବସନ୍ତ ମଲ୍ଲିକ, ଲକ୍ଷ୍ମୀଧର ପଲାଇ, ଜ୍ଞାନରଞ୍ଜନ ସାହୁ, ଶାରଦା ପ୍ରସନ୍ନ ରାଉତ, ପ୍ରସନ୍ନ କୁମାର ମଲ୍ଲିକ, ଚନ୍ଦନ କୁମାର ଦାସ, ସୁଶାନ୍ତ କୁମାର ରାଉତ, ସୁରେଶ ଚନ୍ଦ୍ର ମାହାଳିକ, ଧନେଶ୍ୱର ପ୍ରଧାନ, ସୁବାଷ ଚନ୍ଦ୍ର ମାହାଳିକ, ଗତାନୁଗତ ବିଶ୍ୱାଳ, ଅଶୋକ କୁମାର ଲେଙ୍କା, ନରେଶ ଚନ୍ଦ୍ର ଜେନା, ମହମ୍ମଦ ଇଶାକ, ଜଗଦୀଶ ଜେନା, ଚାନ୍ଦ ଭାଇ, ସିଦ୍ଧାର୍ଥ ଜେନା, ନାରାୟଣ ପଣ୍ଡା, ବିଭୂତି ଭୂଷଣ ଦାସ, ହିମାଂଶୁ ବେହେରା, ବିଶ୍ୱଜିତ୍ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post