ସୀମାନ୍ତ ଜାମଶୋଳା ପାଲଟିଛି ଚୋରା ବାଲି ଚାଲାଣ ର ଗନ୍ତାଘର . ଚରା ବାଲି ଚାଲାଣ ହେଉଛି ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ।।।

0 2

ସାରସକଣା,(ଶାସକ ପ୍ରଶାସକ) :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ତିନି ରାଜ୍ୟ ସୀମାନ୍ତ ଜାମଶୋଳା ପାଲଟିଛି ବାଲି ମାଫିଆ ମାନଙ୍କ ପେଣ୍ଠ ସ୍ଥଳୀ । ନୂତନ ଭାବରେ ମୃତ୍ୟୁଞ୍ଜୟ ପ୍ରଧାନ ଝାରପୋଖରିଆ ଥାନା ରେ ଦାଇତ୍ୱ ନେବା ପର ଠାରୁ ବାଲି ମାଫିଆ ମାନଙ୍କ ଭିତରେ କୋକୁଆ ଭୟ ଦେଖିବାକୁ ମିଳିଛି । ଗତ କାଲି ରାତି ରେ କୌଣସି ସୂତ୍ରରୁ ଖବର ପାଇ ଝାରପୋଖରିଆ ପୋଲିସ ଅତର୍କିତ ଭାବରେ ଚଢ଼ାଉ କରି ଜାମଶୋଳା ରୁ ୪ ଟି ବେନିୟମ ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରିଛି । ସୂଚନା ମୁତାବକ ଚଢାଉ କରି ୪ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ ୨ ଜଣ ଚାଳକ ଙ୍କୁ ଗିରଫ କରି ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ ଜାରି ରଖି ଥିବା ବେଳେ ଥାନା କେସ ନମ୍ବର ୪୪/୨୪ ରେ ଏକ ମାମଲା ରୁଜୁ କରି ୨ ଚାଳକ ଙ୍କୁ କୋର୍ଟ ଚାଲାଣ କରିଛି । ତେବେ ବାଲି ଘାଟ ଗୁଡିକ ତହସିଲ ଓ ମାଇନିଙ୍ଗ ଦ୍ଵାରା ଲିଜ୍ ପ୍ରକ୍ରିୟା ହୋଇ ପାରୁ ନଥିବାରୁ ବାଲି ଚୋରି ଦିନ କୁ ଦିନ ବଢି ବାରେ ଲାଗିଛି, ସରକାର ହରାଉ ଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ । ତେବେ ଆଗକୁ ସରକାର ଲିଜ୍ ଦେଉଛନ୍ତି ନାଁ ଏମିତି ବାଲି ଚୋରି ପ୍ରକ୍ରିୟା ଚାଲୁ ରହିବ ତାହା ଦେଖିବାକୁ ବାକି ରହିଲା ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ

Leave A Reply

Your email address will not be published.