ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ ଶ୍ରମିକ ସଂଗଠନ ଡାକରା ରେ ଗୁଣପୁର ପାରଳାଖେମୁଣ୍ଡି ଯିବା ଛକ ଠାରେ ସକାଳ ୬ ଟା ସମୟରେ ଟାୟାର ଜାଳି ବନ୍ଦ ପାଳନ କରାଯାଇଛି । ଫଳରେ ବସ , ଟ୍ରକ୍, ଦେକାନ, ବଜାର , ଅଟୋ, ବ୍ଯାଙ୍କ ସହ ସବୁ ଅନୁଷ୍ଠାନ ବନ୍ଦ ରହିଛି ।
ପାଚିକା ଓ ସହାୟିକା ମାନଙ୍କୁ ସ୍ଥାୟୀ ନିଯୁକ୍ତି , ଶ୍ରମିକ ମାନଙ୍କୁ ୨୬ ହଜାର ଟଙ୍କା , ଲକ୍ଷ୍ମୀଖେରି କୃଷକ ଗଣହତ୍ୟା କାରି ଅଜୟ ମିଶ୍ର କୁ ଗିରଫ କରିବା, ନୁତନ ଶିକ୍ଷା ନିତି ୨୦୨୦ ରଦ୍ଦ କରିବା, MGNREGA କାମରେ ବର୍ଷ କୁ ୨୦୦ ଦିନ କାମ ସାଙ୍ଗକୁ ଦୈନିକ ୬୦୦ ଟଙ୍କା ମଜୁରୀ, ପେନସନ , କୃଷି ରୁଣ ଛାଡ, ଭାଗଚାଷୀ ମାନଙ୍କୁ ଚାଷିର ମାନ୍ୟତା, ଚାଷି ମାନଙ୍କୁ ପେନସନ, ୪ ଶ୍ରମ ଆଇନ ବାତିଲ କରିବା., ଧାନ ର ସହାୟକ ମୂଲ୍ୟ ୩୦୦୦ ହଜାର ଟଙ୍କା, ଦରବୃଦ୍ଧି କୁ ନିୟନ୍ତ୍ରଣ କରିବା , ଖାଦ୍ୟ ପଦାର୍ଥ , ଔଷଧ ଓ କୃଷି ପାଇଁ ଆବଶ୍ୟକ ଦ୍ରବ୍ଯ କୃଷି ଯନ୍ତ୍ରପାତି ଉପରୁ ଜିଏସ ଟି ଉଠାଇବା, ଶିକ୍ଷା ସ୍ୱାସ୍ଥ୍ୟ ପାଣି ସୁନିଶ୍ଚିତ କରିବା, ଘରୋଇ କରଣ ବନ୍ଦ କରିବା, କୃଷକ ଆତ୍ମହତ୍ୟା କୁ ପ୍ରତିହତ କରିବା ଆଦି ମୂଖ୍ୟ ବିଷୟକୁ ନେଇ ଆଜି ଦେଶ ବ୍ୟାପୀ ଧର୍ମଘଟ ଓ ହଡତାଲ ଓ ଭାରତ ବନ୍ଦ କରାଯାଇଥିଲା । ଗୁଣପୁର ଠାରେ ଏହି ହଡତାଲକୁ ତ୍ରିପତୀ ଗମାଙ୍ଗ ପରିଚାଳନା କରିଥିବାବେଳେ ଅନାସିମ ଶବର , ମିନ ଶବର, ଗଣେଷ ଶବର, ମୁନି ଶବର, ନିରଞ୍ଜନ ଶବର , ଅଗୟ ଶବର, ଗାଗାନା ଶବର, କାଳିଆ ଶବର ରାଜେନ୍ଦ୍ର ଶବର , ପିତର ଶବର ପ୍ରମୁଖ ସହଯୋଗ କରିଥିଲେ ।