ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଳକ୍ ସରେଇକେଲା ରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପାଇକମାଲ ବ୍ଲକ ଉପାଧକ୍ଷ ସଞ୍ଜୀବ ବରିହା,ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ ସରପଞ୍ଚ ଉପେନ୍ଦ୍ର ପଟେଲ, ସମିତି ସଭ୍ୟ ଅନିତା ସାହୁ ଯୋଗଦେଇଥିଲେ l ଏହି ଅବସରରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓଡିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ହିତାଧିକାରୀ ଙ୍କୁ ବୁଝାଇବା ସହିତ ଯୋଜନା ଗୁଡିକ କିପରି ହିତାଧିକାରୀ ଙ୍କ ପାଖକୁ ଠିକ୍ ସମୟରେ ପହଞ୍ଚି ପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ l ପରେ ଓଡିଶା ସରକାରଙ୍କ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ପତ୍ରିକା କୁ ଉନ୍ମୋଚନ କରିଥିଲେ l ପତ୍ରିକା କୁ ଉପସ୍ଥିତ ହିତାଧିକାରୀ ଙ୍କୁ ବଣ୍ଟନ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଞ୍ଚଳିକ କଳାକାର ଙ୍କ ଦ୍ଵାରା ୧୫ ଗୋଟି ବିଭାଗର ଯୋଜନା କୁ ସଙ୍ଗୀତ ମାଧ୍ୟମରେ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସମେତ ଶହସ୍ରାଧିକ ହିତାଧିକାରୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post