ବାଣପୁର (ସେକ କୌସର ): ରାଜ୍ୟ ସରକାରଙ୍କ ସଫଳତା ଓ ଯୋଜନା ଗୁଡିକୁ ପ୍ରଚାର ଓ ପ୍ରସାର କରିବାକୁ ଆଜି ମା’ ମେଘାମ୍ବରୀଙ୍କ ପୀଠରେ ନନ୍ଦପୁର ଗ୍ରାମ ପଞ୍ଚାୟତର ନୂଆ ଓ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୃସିଂହଚରଣ ଜେନା, ପ୍ରକାଶ ଚନ୍ଦ୍ର ପାଢ଼ୀ, ମହିଳା ସଭାନେତ୍ରୀ ସରୋଜିନୀ ପାଳ, ବ୍ଲକ ଏପିଓ ଶୁଭଲକ୍ଷ୍ମୀ ଜେନା ପ୍ରମୁଖ ଯୋଗ ଦେଇ ସରକାରଙ୍କ ସଫଳ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚିବା ସହ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ।ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଗରିବଙ୍କ ନିମିତ୍ତ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ଅତିଥି ମାନେ ବର୍ଣ୍ଣନା କରିଥିଲେ। ସରକାରୀ ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବାକୁ ସମସ୍ତ ସିଆରପି, ଅଙ୍ଗନବାଡି କର୍ମୀ ଏବଂ ସରକାରୀ କର୍ମଚାରୀ ମାନଙ୍କୁ ଉପାଧ୍ୟକ୍ଷ ନିବେଦନ କରି ଲୋକମାନଙ୍କ ନିକଟତର ହେବାକୁ ପରାମର୍ଶ ଦେଇଥିଲେ।ସରକାରଙ୍କ ଯୋଜନା ଗୁଡିକୁ ଯେପରି ହିତାଧିକାରୀମାନଙ୍କୁ ସୁବିଧାରେ ଉପଲବ୍ଧ ହୋଇପାରିବ ତାହା ଉପରେ ସରପଞ୍ଚ ଶ୍ରୀଯୁକ୍ତ ଖୁଣ୍ଟିଆ ଗୁରୁତ୍ୱାରୋପ କରିଥିଲେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ମହିଳା ଓ ପୁରୁଷ ମାନଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post