ବଡ ଚୋର ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଲା ଝାରପୋଖରିଆ ପୋଲିସ ।

0

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:: ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନସ୍ଥ ଵେଲବରିଆ, ରାଜାଲୋକା ଅଞ୍ଚଳରୁ ଏକ ଚୋର ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି ଝାରପୋଖରିଆ ପୋଲିସ । ସୂଚନା ମୁତାବକ ଗତ କିଛି ଦିନ ହେବ ଝାରପୋଖରିଆ ଏବଂ ବିଶୋଇ ଅଞ୍ଚଳ ରେ ଏକ ଚୋର ଦଳ କାର ଓ ବୋଲେରୋ ରେ ଆସି ଘର ତାଲା ଭାଙ୍ଗି ଗାଈ ଛେଳି ମେଣ୍ଢା ଇତ୍ୟାଦି ଚୋରୀ କରିନେବା ସହ ଘର ମଧ୍ଯ ଲୁଟ କରୁଥିଲେ। ଏହି ଗ୍ୟାଙ୍ଗ ଗତ କାଲି ରାତିରେ ବେଲବରିଆ ଓ ରାଜାଲୋକା ଅଞ୍ଚଳ ରେ ଦୁଇଟି କାର ରେ ଆସି ଚୋରି କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଥିବା ସ୍ଥାନିୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇଥିଲେ । ଜଣେ ଧରା ପଡ଼ିଥିବା ବେଳେ, ଅନ୍ୟ ପାଞ୍ଚ ଜଣ ଫେରାର ହୋଇଯାଇଥିଲେ । ସେମାନଙ୍କ ଠାରୁ ଦୁଇଟି କାର ସାତ ଟି ମୋବାଇଲ ଫୋନ ଓ ବିଭିନ୍ନ ପ୍ରକାର ଧାରୁଆ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ୍ ହୋଇଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ପୋଲିସ ଚଢ଼ଉ ଜାରି ରହିଛି।, ଝାରପୋଖରିଆ ଥାନା କେଶ ନଂ 41/24 ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ । ବିଶୋଇ ଥାନା ରେ ମଧ୍ୟ ପୁର୍ବ ରୁ ଏମାନଙ୍କର ନାମ ରେ କେସ ନଂ-239/23,01/24,04/24 ରହି ଥିବା ବେଳେ ଝାରପୋଖରିଆ ଥାନା ରେ ମଧ୍ୟ କେସ ନଂ -03/24 ରେ ଜଡିତ ଥିବା ବେଳେ ଆହୁରି ଅନେକ କେସ ରେ ଜଡିତ ଅଛନ୍ତି ବୋଲି ଝାରପୋଖରିଆ ଥାନା ଭାରପାପ୍ତ ଅଧିକାରୀ ପ୍ରକାଶ କରିଛନ୍ତି । 

Leave A Reply

Your email address will not be published.