ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ମଣ୍ଡଳ ତରଫରୁ ବିଜେପି ର ଗାଁ କୁ ଚାଲ ଅଭିଯାନ ର ଶୁଭାରମ୍ଭ ହୋଇଛି। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ବୋରିଗାଁ ମଣ୍ଡଳ ଅନ୍ତର୍ଗତ ଘୋଡାଖୁଣ୍ଟା ଓ ନନ୍ଦପୁରା ପଞ୍ଚାୟତ ର ବିଭିନ୍ନ ଗାଁ ବୁଲି କେନ୍ଦ୍ର ନେତୃତ୍ଵାଧୀନ ବିଜେପି ସରକାର ଙ୍କ ୯ ବର୍ଷ ଶାସନ କାଳ ମଧ୍ୟରେ ଓଡିଶା ବାସୀଙ୍କୁ ଦେଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ ତଥା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଘର କୁ ଘର ବୁଲି ଅବଗତ କରିଥିଲେ। କେନ୍ଦ୍ର ର ବିଜେପି ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା କୁ ରାଜ୍ୟ ସରକାର ନିଜ ନାମରେ ନେଇ ଭୋଟର ଙ୍କୁ ବିଭ୍ରାନ୍ତ କରିଥିବା ନେଇ ମଧ୍ୟ ବିଜେପି ତରଫରୁ ସଚେତନ କରାଯାଇଥିଲା। ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି କୁ ଅଧିକ ସଶକ୍ତ ପାଇଁ ବିଜେପି ତରଫରୁ ଗାଁ କୁ ଚାଲ ଅଭିଯାନ ରେ ପ୍ରତ୍ୟେକ ବୁଥ ସ୍ଥରରେ ଭୋଟର ମାନଙ୍କୁ ସଚେତନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା, ବୋରିଗାଁ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମନବୋଧ ଭତରା, ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଭ୍ୟ ମୁନା ପଣ୍ଡା, ସୁନ୍ଦର ଭତରା, ବିଶ୍ଵନାଥ ମାଝୀ, ରଞ୍ଜିତ ମିର୍ଗାନ, ଭସମାନ କଲାର, ନିର ବିଶୋଇ ଓ ଜଳନ୍ଧର ଭତରା ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.