ଭବାନୀପାଟଣା କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ଗ୍ରାମ ପଞ୍ଚାୟତ ଠାରେ ଏକ ନିଆଁର ଢଙ୍ଗରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆମ ଓଡିଶା ନବୀନ ଓଡିଶା ସଚେତନ ଶିବିର ମାଧ୍ୟମରେ ସହର ସହର ଠାରୁ ଆରମ୍ବ କରି ପ୍ରତେକ ଗ୍ରାମ ପଞ୍ଚାୟତରେ ବିକାଶର ବିକାଶ ଦେଖିବାକୁ ମିଳୁଛି l ଏନେଇ ମଙ୍ଗଳବାର ଦିନ କେସିଙ୍ଗା ବ୍ଲକ ଅନ୍ତରଗତ ଲଇତରା ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଥିଲା l ଲଇତରା ସରପଞ୍ଚ ଶ୍ରୀ ଯୁକ୍ତ ଅଶୋକ ପୋଡ଼ଙ୍କ ଅଧ୍ୟକ୍ଷାତାରେ ଆମ ଓଡିଶା ନବୀନ ଓଡିଶା ଓ ସଚେତନତା ଶିବିର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ନିଜର ମତ ଜଣାଇଥିଲେ ସମ୍ବାନିତ ଅତିଥି ଭାବେ କେସିଙ୍ଗା ବ୍ଲକ ଅତିରିକ୍ତ ବ୍ଲକ ଉର୍ଣ୍ଣୟନ ଅଧିକାରୀ ମେହେର,ଜି ପି ଓ ଳମ୍ବୁ ସିଖା,ସମିତି ସଭ୍ୟ ଥବିର ଗୌଡ଼,ପ୍ରଶାନ୍ତ ପୋଡ଼, ଗୀତାଞ୍ଜଳି ଭୋଇ ରସିକ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଚନ୍ଦନ ସେନାପତି .। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିତ କରଣ ବିଷୟରେ ମାର୍ଗ ଦର୍ଶନ କରିଥିଲେ l ଏଥିରେ ଶିକ୍ଷକ, ସମାଜସେବି ମଞ୍ଚାସିନ ଥିଲେ l ପ୍ରତ୍ୟେକ ଗାଁ କୁ ସାମାଜିକ ସୁରକ୍ଷା ପକା ଘର ରାସ୍ତା ସହ ମିଶନ ଶକ୍ତି ମହିଳା ମାନଙ୍କୁ ପାଇଁ ବହୁ ବିକାଶ ମୂଳକ କାର୍ଯ୍ୟ ପ୍ରସ୍ତୁତ କରାଯାଇଥିବା ବେଳେ ଘରକୁ ଘର ପାନୀୟ ଜଳଯୋଗାଣର କିଛି ସମସ୍ୟା ତାହା ଆଗାମୀ ଦିନରେ ସମସ୍ୟା ଦୂର ହେବ ଅତିଥି ମାନେ ନିଜ ନିଜର ଭାଷଣ ଦେଇଥିଲେ l ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇଥିଲା ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଚେତନତା କରାଯାଇଥିଲା l ଛାତ୍ରଛାତ୍ରୀ ଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ନୁର୍ତ୍ୟ ସହ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶିକ୍ଷକ ହର ପ୍ରସାଦ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ l ଗ୍ରାମ ରୋଜଗାର ସେବକ ତତ୍ବlବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମସ୍ତ ୱାର୍ଡ ମେମ୍ବର ଗାଁ ସାଥି ଏମ ବି କେ, ସି ଆର ପି, ସମେତ ଲଇତରା ଗ୍ରାମ ପଞ୍ଚାୟତ ବାସି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.