ପଦ୍ମପୁର :- ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି। ଶିକ୍ଷକ ଶ୍ରୀ ପ୍ରମୋଦ ନାଥ, ଶ୍ରୀମତୀ ନନ୍ଦିନୀ ମିଶ୍ର ଓ ଶ୍ରୀ ଲେଖ୍ରୃ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଛାତ୍ରଛାତ୍ରୀଙ୍କୁ କୃମି ଔଷଧ ବଣ୍ଟନ କରା ଯାଇଥିଲା ଓ ସମସ୍ତେ ତାହା ସେବନ କରିଥିଲେ। ସରକାର କୃମୀ ସଂକ୍ରମଣକୁ ସହଜରେ ନିୟନ୍ତ୍ରଣ କରିହେବା ଉଦ୍ଦେଶ୍ୟ ନେଇ ଏହି ଦିବସ ପାଳନ କରିବାପାଇଁ ପଦକ୍ଷେପ ନେଇଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ଆଜି କୃମି ବଟିକା ଖାଇ ପାରିନାହାଁନ୍ତି ସେମାନେ ଆସନ୍ତା 17 ଫେବୃୟାରୀ ମପ୍ ଅପ୍ ଦିବସରେ ଏହି ବଟିକା ଖାଇବେ। ଏଠାର ଉଲ୍ଲେଖଯୋଗ୍ୟ ଯେ କୃମିଜନିତ ସଂକ୍ରମଣର ଶିକାର ହୋଇ ଶିଶୁମାନେ ପୁଷ୍ଟିହୀନତା, ରକ୍ତହୀନତାରେ ଆକ୍ରାନ୍ତ ହୋଇ ତାଙ୍କର ଶାରୀରିକ ,ମାନସିକ ଓ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଥାଏ।
Sign in
Sign in
Recover your password.
A password will be e-mailed to you.
Prev Post