ପଞ୍ଚମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ l

0 2

ପଦ୍ମପୁର :- ରାଜବୋଡ଼ାସଂବର୍ ବ୍ଲକ୍ ଅନ୍ତର୍ଗତ ସମସ୍ତ 5T ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ମାନଙ୍କ ମାସିକ ସମୀକ୍ଷା ବୈଠକ ଲୋହାରପାଲି ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ନିରୀକ୍ଷକ ଶ୍ରୀମତୀ ଭୂମିସୂତା ସାହୁ ଯୋଗଦେବା ସହ ମଂଚ ରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରାସାଦ ପାଣିଗ୍ରାହୀ, ରାଜବୋଡ଼ାସଂବର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋଭାଦିନୀ ସାହୁ, ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରାଜେଶ ଖମାରୀ ଓ ଲୋହାରପାଲି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଦୋଳଗୋବିନ୍ଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ରୀ ଖମାରୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଭୋଇ ଦଶମବୋର୍ଡ଼ ପରୀକ୍ଷାରେ ଶତପ୍ରତିଶତ ପରୀକ୍ଷାଫଳ ପାଇଁ ନେଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ ନିରୀକ୍ଷକ ଶ୍ରୀମତୀ ସାହୁ କ୍ରୀଡ଼ାଙ୍ଗନ ବିଷୟରେ ଆଲୋକପାତ କରିବା ସହ ଉକ୍ତ ବିଦ୍ୟାଳୟର ଇ ଲାଇବ୍ରେରୀ, ବିଜ୍ଞାନ ଗାରା, ସ୍ମାର୍ଟ କ୍ଲାସ୍ ନିରୀକ୍ଷଣ କରିବା ସହ ଛାତ୍ରଛାତ୍ରୀଙ୍କସହ ଆଲୋଚନା କରିଥିଲେ।
ଦ୍ବିତୀୟ ଅଧିବେଶନରେ ସ୍କୁଲ୍ ତଥା ଛାତ୍ର ଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ହୋଇଥିବା ଆଲୋଚନାରେ ସମସ୍ତ ପ୍ରଧାନ ଶିକ୍ଷକ ସକ୍ରୀୟ ଅଂଶଗ୍ରହଣ କରିଥିଲେ। ଏହି ବୈଠକର ସଫଳ ଆୟୋଜନରେ ସହଯୋଗ କରିଥିଲେ ସି ଆର ସି ସି ଶ୍ରୀ ମନୋଜ ସାହୁ।ଶେଷରେ ଶ୍ରୀମତୀ ରୀତା ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.