ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗାଦିଆଖଳା ପଞ୍ଚାୟତ ଠାରେ ବିଜୁ ପଟ୍ଟନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ରେ ବିଭିନ୍ନ ପଞ୍ଚାୟତ ରୁ ପ୍ରାୟ 16 ଗୋଟି ଟିମ୍ ଖେଳୀବା ଭାଗ ନେଇଛନ୍ତି l ଏହାର୍ ଫାଇନାଲ ମ୍ୟାଚ ଆସନ୍ତା 21 ତାରିଖରେ ଶେଷ ପର୍ଯ୍ୟାୟରେ ପହଁଞ୍ଚିବ। ଏହି କାର୍ଯ୍ୟକ୍ରମ ରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ବିଷ୍ଣୁ ପଣ୍ଡା ଓରଫ ପିଙ୍କୁ ପଣ୍ଡା , ବିଜୁ ଯୁବ ଜନତା ଦଳ ର ବ୍ଲକ୍ ସଭାପତି ବାସା ଶତପଥି , ଗୁଣପୁର ନଗର ସଭାପତି ରାମ ପଣ୍ଡା, ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା ଉପସଭାପତି ରିଣ୍ଟୁ ଦାସ, ସରପଞ୍ଚ ରବୀନ୍ଦ୍ର ଶବର ପ୍ରମୂଖ ଉପାସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ l ଏହି ଖେଳ କୁ ମୁନା ପଣ୍ଡା ଆୟୋଜନ କରିଥିବା ବେଳେ ରଞ୍ଜିତ କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।