ବରଗଡ଼(ପାଇକମାଳ) :- ବରଗଡ଼ ଜିଲ୍ଲା ପାଇକମାଳ ପୋଲିସ ପକ୍ଷରୁ ପାଇକମାଳ ବ୍ଲକ ବାଦିବାହାଲ ଓ ଡୁଡକିଝରିଆ ଗ୍ରାମରେ ଜନ ସଂପର୍କ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବାଦିବାହାଲ ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୂତି ଭୂଷଣ ଭୋଇ , ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ , ବରତୁଣ୍ଡା ସରପଞ୍ଚ ରିତା ସୁନା ଓ ସମିତି ସଭ୍ୟ ରାଇଜ ମହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ । ସେହିଭଳି ଭାବେ ଡୁଡକିଝରିଆ ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୂତି ଭୂଷଣ ଭୋଇ , ପାଇକମାଳ ଥାନା ଏସଆଇ ପଞ୍ଚାନନ ଖୁଆସ , ରିଜର୍ଭ ପୋଲିସ ଇନ୍ସପେକ୍ଟର ଶାନ୍ତନୁ କୁମାର ପ୍ରଧାନୀ ଓ ଜାମସେଠ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜନସାଧାରଣ ଓ ପୋଲିସ ମଧ୍ୟରେ କିଭଳି ସୁସଂପର୍କ ରହିବ, ମାଓବାଦୀମାନଙ୍କୁ ଭୟ ନ କରି କୋଉଠି ଥିବାର ଖବର ପାଇଲେ ପୋଲିସ କୁ ଖବର ସାଙ୍ଗେ ସାଙ୍ଗେ ଦେବା ସହିତ ପୋଲିସ ପାଖରେ ଯେ କୌଣସି କାମପଡିଲେ ତାଙ୍କ ପାଖକୁ ଯାଇ ନିର୍ଭୟ ରେ ଜଣାନ୍ତୁ ଓ ବିଶ୍ୱାସ ଭାଜନ ହୁଅନ୍ତୁ ବୋଲି ଜନସାଧାରଣ ଙ୍କୁ ବୁଝାଇ ଥିଲେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ।ସେହିପରି ସଭାରେ ଉପସ୍ଥିତ ଥିବା ଅତିଥି ମାନେ ମଧ୍ୟ୍ୟ ପୋଲିସ ର ଜନସମ୍ପର୍କ ଶିବିର ଦ୍ୱାରା ଅନେକ ଗରିବ ଶ୍ରେଣୀ ର ଲୋକେ ବହୁଷ ସାହାଯ୍ୟ ପାଉଥିବା କଥା ନିଜ ନିଜ ବକ୍ତବ୍ୟ ରେ କହି ଥିଲେ |ଉପସ୍ଥିତ ମହିଳା,ପୁରୁଷ, ଖେଳାଳି , ଛାତ୍ର ଛାତ୍ରୀ ମାନଙ୍କୁ କମ୍ବଳ, ପୋଷାକ, କ୍ରିକେଟ ଖେଳ ସାମଗ୍ରୀ , ଭଲିବଲ ,ଖାତା ଓ କଲମ ସହ ଆହୁରି ଅନେକ ସାମଗ୍ରୀ ପୋଲିସ ବିଭାଗ ପକ୍ଷରୁ ବଣ୍ଟନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟ|ରେ ଅଞ୍ଚଳବାସୀ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.