ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ , ଗୁଣପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବାର୍ଷିକ ଉତ୍ସବ ଉତ୍ସବ ରେ ସମାଜ ସେବୀ ତଥା ଗାୟତ୍ରୀ ଗ୍ରୁପ୍ ଅଫ ଇନ୍ସ୍ତିତୁଟ ର ଚେୟାରମେନ ଶ୍ରୀ ଅକ୍ଷୟ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇ ଆଇ ସି ଶ୍ରୀ ଉତ୍ତମ କୁମାର ସାହୁ ଓ ଆଇ ଆର ବି ର ଆସିଷ୍ଟାଣ୍ଟ କମାଣ୍ଡର ଶ୍ରୀ ନୀଳାମ୍ବର ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅଧ୍ୟକ୍ଷ ଶ୍ରୀମତୀ ସୁଶୀଳା ସିଂ ସଭାପତିତ୍ବ କରିଥିଲେ । ଛାତ୍ରୀ ଲିଙ୍ଗମ ଲକ୍ଷିତା, ସୃତିପ୍ରଜ୍ଞା ଦାସ, ବର୍ଷା ରାଣୀ ବେହେରା ଓ ଶୁଭସ୍ମିତା ପଣ୍ଡା କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ଶିକ୍ଷୟତ୍ରୀ ସୁଶ୍ରୀ ସସ୍ମିତା ପଣ୍ଡା , ଶିକ୍ଷକ ଶ୍ରୀ ଚନ୍ଦନ ପାଣି ଓ ଭାରପ୍ରାପ୍ତ ସି ସି ଇ ସୁଶ୍ରୀ ଲକ୍ଷ୍ମୀ କୁମାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭିନ୍ନ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ସଫଳ ହୋଇଥିଲା । ବହୁବର୍ଷ ବ୍ୟବଧାନ ରେ କେନ୍ଦ୍ରୀୟ ବିଦ୍ୟାଳୟ ରେ ଏହି ବାର୍ଷିକ ଉତ୍ସବ ପାଳିତ ହୋଇଥିବାରୁ ଅଭିଭାବକ ମହଲରେ ଆନନ୍ଦ ର ବାତାବରଣ ଦେଖିବାକୁ ମିଳିଥିଲା । ପିଲାଙ୍କ ମନରେ ବି ଆନନ୍ଦ ର ଲହରୀ ଦେଖିବାକୁ ମିଳିଥିଲା ।
Sign in
Sign in
Recover your password.
A password will be e-mailed to you.