ନୟାଗଡ଼ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଝୋଟ ନିର୍ମିତ ବ୍ୟାଗ ବଣ୍ଟନ

0 2

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବେଶ ସୁରକ୍ଷା ସହ ସବୁଜ ଓଡ଼ିଶା ଗଠନ ନିମନ୍ତେ ସର୍ବସାଧାରଣରେ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରାଯିବା ଅତ୍ୟନ୍ତ ଜରୁରୀ ମନେ କରି ଖାଦ୍ୟ ସୁରକ୍ଷା ହିତାଧ୍ୟାକାରୀ ପରିବାରମାନଙ୍କୁ ଦୁଇଟି ଲେଖାଏଁ ଝୋଟ ନିର୍ମିତ ବ୍ୟାଗ ପ୍ରଦାନ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହି ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ହିତାଧ୍ୟାକାରୀ ପରିବାରକୁ ଦୁଇଟି ଲେଖାଏଁ ଝୋଟ ତିଆରି ବ୍ୟାଗ ବିତରଣ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦିଲିପ କୁମାର ବଳ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ କ୍ଷିରୋଦ ମହାପାତ୍ର, ଭାଟସାହି ସରପଞ୍ଚ ଶାରଦା କୁମାରୀ ସାହୁ, ସମିତି ସଭ୍ୟା ସବିତା ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.