ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଐତିହ୍ୟ ସମ୍ପନ୍ନ ସହର ପାରଳାଖେମୁଣ୍ଡିରେ ଜନ୍ମ ହୋଇ ଓଡିଶୀ ସଂଗୀତକୁ ସମୃଦ୍ଧ କରିବା ସହ ତା’ର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୁରୁ ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ଜୀବନର ୫୦ବର୍ଷ ପୂର୍ତ୍ତି ହୋଇଛି।
ଏହି ଅବସରରେ ତାଙ୍କ ଅମ୍ଲାନ ସର୍ଜନା ଓ ବିତି ଯାଇଥିବା ମୂହୁର୍ତ୍ତୁକୁ ରୋମନ୍ଥନ ଉଦ୍ଦେଶରେ ଆୟୋଜିତ ହେଉଛି ଉତ୍ସବ, ” ସଂଗୀତ ମୟ ପଚାଶ ବର୍ଷ “। ରଘୁନାଥଙ୍କ ଶିଷ୍ୟଶିଷ୍ୟାମାନଙ୍କ ଉତ୍ସର୍ଗୀକୃତ ପ୍ରଚେଷ୍ଟାରେ ଆୟୋଜିତ ହେଉଥିବା ଏହି ଉତ୍ସବ ଆସନ୍ତା ଫେବୃୟାରୀ ୧୧ ତାରିଖ ସନ୍ଧ୍ୟା ୬ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ବ୍ୟାଙ୍କ ପଡିଆ ଠାରେ ଅନୁଷ୍ଠିତ ହେବ।
ଆଜି,ଏଇ କାର୍ଯ୍ୟକ୍ରମ ର ଚୂଡାନ୍ତ ବୈଠକ ରେ ଆବାହକ ଡାକ୍ତର ଚନ୍ଦନ ଗନ୍ତାୟତ ପ୍ରାରମ୍ଭରେ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଏବଂ ଧାରା ସମ୍ପର୍କ ରେ ବିବରଣୀ ରଖିଥିଲେ। ଉତ୍ସବ ପାଳନ କମିଟି ର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ କାର୍ଯ୍ୟକ୍ରମ ର ସଫଳତା ପାଇଁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ , ସଂଗୀତ ପ୍ରେମୀ ତଥା ଗୁରୁ ରଘୁନାଥ ଙ୍କ ଶୁଭଚିନ୍ତକ ଙ୍କ ସହଯୋଗ କାମନା କରିଥିଲେ।
କାର୍ଯ୍ୟକ୍ରମ ରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ , ଶ୍ରୀ ଦୁର୍ଗା ମାଧବ ପଣ୍ଡା , ଇଂ ଗିରିଜା ଶଙ୍କର ମିଶ୍ର , ଶ୍ରୀ ରାମ ଚନ୍ଦ୍ର ମିଶ୍ର , ଶ୍ୟାମ ସୁନ୍ଦର ଗନ୍ତାୟତ , ହରିହର ପଟ୍ଟନାୟକ , ରୁପେଶ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ।
ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ଙ୍କ ସହମତି କ୍ରମେ ଏବର୍ଷ ପାଇଁ ସମ୍ମାନ ଜନକ ପଣ୍ଡିତ ଭକ୍ତ ବତ୍ସଳ ପାତ୍ର ସମ୍ମାନ ବିଶିଷ୍ଟ ଓଡିଶୀ କଣ୍ଠ ଶିଳ୍ପୀ ଏବଂ ଗବେଷିକା ଡ଼ ସଂଗୀତ ମହାପାତ୍ର ଗୋସାଇଁ (ଭୁବନେଶ୍ୱର ) ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା , ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ( ପାରଳାଖେମୁଣ୍ଡି) ଙ୍କୁ ପ୍ରଦାନ କରିବା ପାଇଁ ସ୍ଥିରୀକୃତ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଆଦର୍ଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.