ଅଣ ସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କର ସମସ୍ୟା କୁ ନେଇ ଏକ ଆଲୋଚନା ଚକ୍ର

0

ଚଣ୍ଡିଖୋଲରୁ ପ୍ରଫୁଲ ସାହୁ: ଯାଜପୁର ଜିଲ୍ଲାର ଅଣ ସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କର ସମସ୍ୟା କୁ ନେଇ ଏକ ଆଲୋଚନା ଚକ୍ର ଯୁବ ତାଲିମ କେନ୍ଦ୍ର, ବନ୍ଦାଳ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ଓଡ଼ିଆ ଦଳିତ ଅଧିକାର ମଞ୍ଚ ଭୁବନେଶ୍ୱର ଓ ସମାଜ ବିକାଶ କର୍ମ ଜୀବୀ ଶ୍ରମିକ ସଙ୍ଘ,ବଡ଼ଚଣା , ଯାଜପୁର ତରଫରୁ ଆୟୋଜନ କରିଥିଲେ । ଏହି ସଭାକୁ ଓଡ଼ିଆ ଦଳିତ ଅଧିକାର ମଞ୍ଚ ର ଜିଲ୍ଲା ସଭାପତି ରାଜେଶ କୁମାର ଜେନା ସଭାପତିତ୍ୱ କରିଥିଲେ। ଏବଂ ଓଡ଼ିଆ ଦଳିତ ଅଧିକାର ମଞ୍ଚର ରାଜ୍ୟ ସଂଯୋଜକ ପ୍ରଶାନ୍ତ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏବଂ ଶ୍ରୀ ରମେଶ ଜେନା ସଭାର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଆଲୋଚନା କରିଥିଲେ। ଏହି ସଭାରେ ଦଶ ଟି ଶ୍ରମିକ ସଙ୍ଗଠନ ଉପସ୍ଥିତ ରହି ବିଭିନ୍ନ ଶ୍ରମିକମାନଙ୍କର ସମସ୍ୟା ଉପରେ ଆଲୋଚନା କରିଥିଲେ। ଓଡ଼ିଆ ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମାନସ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅଣସଙ୍ଘଠିତ ଶ୍ରମିକ ମାନଙ୍କର ସମସ୍ୟା ଓ ତାର ଆଇନିଗତ ଦିଗ ଉପରେ ଆଲୋଚନା କରିଥିଲେ ମଞ୍ଚର ଉପଦେଷ୍ଟା ମଧୁସୂଦନ ଯାଦବ ଏହି ଆଲୋଚନା କୁ ଆଗେଇ ନେଇଥିଲେ। ଶେଷରେ ଦାସ ଟି ଶ୍ରମିକ ସଙ୍ଗଠନ ମାନଙ୍କୁ ନେଇ ଶ୍ରମିକ ସଙ୍ଗଠନ ମାନଙ୍କର ଏକ ସମନ୍ୱୟ କମିଟି ଗଠନ କାଯାଇ ଥିଲା। ଏହି କମିଟିର ନାମ ଜିଲ୍ଲା ଅଣସଙ୍ଗଠନ ଶ୍ରମିକ ସଙ୍ଗଠନର ସମନ୍ୱୟ କମିଟି ରଖାଯାଇଥିଲା। ଏହି କମିଟି ରେ ନୁସିଂହ ଚରଣ ମିଶ୍ର, ଲୋକନାଥ ପଲେଇ ,ଖିଯା ବେଗମ,ରବିନ୍ଦ୍ର କୁମାର ଦାଶ ଓ ପ୍ରଫୁଲ କୁମାର ସାହୁ ସଂଯୋଜକ ମନେ କମିଟି ରେ ରହିଥିଲେ । ଶ୍ରୀଯୁକ୍ତ ରମେଶ ଜେନା ଏହି କମିଟିର ଆବାହକ ଭାବେ ସ୍ଥିର କରାଯାଇ ପରବର୍ତ୍ତୀ କମିଟି ବୈଠକରେ କାର୍ଯ୍ୟପ୍ରସ୍ତାବ ନିଆଯିବା ପାଇଁ ସ୍ଥିର କରାଗଲା। ଅନ୍ୟ ଅଙ୍ଗଠନ ଗୁଡିକ ସହିତ କଥାବାର୍ତ୍ତା କରି ଏହି ସମନ୍ୱୟ କମିଟି ରଖିବା ପାଇଁ ସଂଯୋଗକ ମାନଙ୍କୁ ଅଧିକାର ପ୍ରଦାନ କରାଗଲା । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା।

Leave A Reply

Your email address will not be published.