ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-2024 ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ରେ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

0

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ରାଜ୍ୟରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-2024 ଉଦ୍ଘାଟିତ ହୋଇଥିବା ବେଳେ ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ରେ ସ୍ଵତନ୍ତ୍ର ଗ୍ରାମ ସଭାର ଆୟୋଜନ କରାଯାଇ ବ୍ଳକ୍ ର ଚାରି ଜଣ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I ଆଜି ବେଲଗୁଣ୍ଠା ପଞ୍ଚାୟତସ୍ତ ସମିତି ପରିସରରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତାମ୍ବର ପରିଡ଼ା, କବୟିତ୍ରୀ ତଥା ବରିଷ୍ଠ ଶିକ୍ଷୟିତ୍ରୀ ରେଣୁପ୍ରଭା ଦାଶ,ଯୁବ କବି ତଥା ଶିକ୍ଷକ ଶିଶିର କୁମାର ସ୍ୱାଇଁ ଏବଂ ଶ୍ରୀ ଶ୍ରୀ ସତ୍ୟନାରାୟଣ ନାଟ୍ୟ ସଂଘ ଭାରତ ଲୀଳା ନିର୍ଦ୍ଦେଶକ ଭଗବାନ ପାତ୍ର ମଞ୍ଚାସୀନ ରହି ଓଡ଼ିଆ ଭାଷାର ଉତ୍ପତ୍ତି, ପ୍ରଗତି ଏବଂ ଏହାକୁ ସମୃଦ୍ଧ କରିବାର ଦିଗ ଗୁଡ଼ିକ ଉପରେ ଆଲୋଚନା କରିଥିଲେ I ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ I ଏହି ଅବସରରେ ଉପସ୍ଥିତ ଅତିଥି ପିତାମ୍ବର ପରିଡ଼ା, ରେଣୁପ୍ରଭା ଦାସ, ଶିଶିର କୁମାର ସ୍ୱାଇଁ ଏବଂ ଭଗବାନ ପାତ୍ରଙ୍କୁ ସେମାନଙ୍କ ସାହିତ୍ୟ ସାଧନା ନିମନ୍ତେ ଉପଢ଼ୌକନ, ଉପହାର,ପୁଷ୍ପଗୁଚ୍ଛ ଏବଂ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ବିଡ଼ିଓ ଭାରତୀ ଦେବୀ ସମ୍ବର୍ଦ୍ଧିତ କରିଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଘୁମୁସର ବୈଷୟିକ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ,ବାଳିକା ଉଚ୍ଚ ବିଦ୍ୟାଳୟ, ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୋକଲୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କରାଯାଇ ସେମାନଙ୍କୁ ପ୍ରଶଂସା ପତ୍ର ଏବଂ ଉପାଦେୟ ପୁସ୍ତକ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା I ଶ୍ରୀ ଶ୍ରୀ ସତ୍ୟନାରାୟଣ ନାଟ୍ୟ ସଂଘର କଳାକାରମାନେ ଭାରତଲୀଳା ପରିବେଷଣ କରିଥିଲେ I ଏହି ଅବସରରେ ରାଜ୍ୟ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-2024 ଉଦ୍ଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶିତ ହୋଇଥିଲା I ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.