ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମ ସୁରକ୍ଷା ତାଲିମ ଶିବିର ତା୦୧/୦୧/୨୦୨୪ରିଖ ରେ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଛି। ଏହି ଦିବସରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରସାୟନ ବିଜ୍ଞାନର ଅଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ବା ମୁଖ୍ୟ ବକ୍ତା ଭାବେ ବିଜ୍ଞାନ ବିଭାଗର ଅଧ୍ୟାପକ ବୀରେନ୍ଦ୍ର ନାଥ ମହାପାତ୍ର ଯୋଗ ଦେଇଥିଲେ। କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପୋଲେଇ ସଂଯୋଜକ ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ, ଆତ୍ମସୁରକ୍ଷା ତାଲିମ ପ୍ରାପ୍ତ ମାଷ୍ଟର ଟ୍ରେନର ରୀନା ଖଟାଇ ଓ ଇତିଶ୍ରୀ ସ୍ୱାଇଁ ଯୋଗ ଦେଇ ଆତ୍ମସୁରକ୍ଷା ତାଲିମ ଶିବିରର ଆବଶ୍ୟକତା, କାର୍ଯ୍ୟକାରିତା ଓ ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷା ବିଭାଗର ଡେମନଷ୍ଟ୍ରେଟର ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶ୍ୱନାଥ ଡାକୁଆ, ପ୍ରଶାନ୍ତ କୁମାର ପ୍ରଧାନ, ଟି. ଦିଲ୍ଲୀ କୁମାର ପାତ୍ର ସହଯୋଗ କରିଥିଲେ।

Leave A Reply

Your email address will not be published.